Times of India
ରୋମ୍: ଏଟିପି ଟୁର୍ ସ୍ତରୀୟ ପ୍ରତିଯୋଗିତାରେ ବିଶ୍ବର ଏକ ନମ୍ବର ତାରକା ସର୍ବିୟାର ନୋଭାକ ଜୋକୋଭିକ ରବିବାର ୧,୦୦୦ତମ ବିଜୟ ହାସଲ କରିଛନ୍ତି। ଇଟାଲିଆନ୍ ଓପନ୍ର ସେମିଫାଇନାଲ୍ରେ ନରୱେର କାସପର ରୁଡ୍ଙ୍କୁ ୬-୪, ୬-୩ ସିଧାସଳଖ ସେଟ୍ରେ ପରାସ୍ତ କରି ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ସେ। ଦ୍ବାଦଶ ଥର ପାଇଁ ଏହି ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଥିବା ଜୋକୋଭିକ ଆଉ ଏକ ଟ୍ରଫି ନିଜ ନାଁରେ କରିବା ଲାଗି ଗ୍ରିସ୍ର ଷ୍ଟିଫାନୋ ସିସିପାସ୍ଙ୍କୁ ଭେଟିବେ। ୩୪ ବର୍ଷୀୟ ଜୋକୋଭିକ ଓପନ୍ ଏରା’ର ପଞ୍ଚମ ଖେଳାଳି ଭାବେ ୧,୦୦୦ ବିଜୟ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କେବଳ ଜିମ୍ମି କନ୍ନୋର, ରୋଜର ଫେଡେରର, ଇଭାନ ଲେଣ୍ଡଲ୍ ଏବଂ ରାଫେଲ ନାଦାଲ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି।
Follow Us