ଜୋକୋଭିକ୍‌ଙ୍କୁ ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ

Advertisment
ଜୋକୋଭିକ୍‌ଙ୍କୁ ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ

ସର୍ବିୟାର ତାରକା ଟେନିସ୍‌ ଖେଳାଳି ନୋଭାକ ଜୋକୋଭିକ୍‌ ସୋମବାର ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତି ଅଲିମ୍ପିକ୍ସ ଇତିହାସରେ ନିଜ ନାମ ଯୋଡ଼ିଛନ୍ତି। ରବିବାର ପୁରୁଷ ଏକକ ଫାଇନାଲ୍‌ରେ ୨୪ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ଜୋ କୋଭିକ୍‌ ୭-୬, ୭-୬ ସେଟ୍‌ରେ ‌ସ୍ପେନ୍‌ର କାର୍ଲୋସ ଅଲ୍‌କାରାଜଙ୍କୁ ପରାସ୍ତ କରିଥିଲେ। ଏହି ଦୁଇ ଖେଳାଳି ତିନି ସପ୍ତାହ ତଳେ ୱିମ୍ବଲଡନ୍‌ ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ। ଏଥିରେ ୨୧ ବର୍ଷୀୟ ଅଲ୍‌କାରାଜ ସିଧାସଳଖ ସେଟ୍‌ରେ ‌ଜୋକୋଭିକ୍‌ଙ୍କୁ ପାରାସ୍ତ କରି ଟ୍ରଫି ଜିତିଥିଲେ। ଏବେ ଅଲିମ୍ପିକ୍ସରେ ୩୭ ବର୍ଷୀୟ ଜୋକୋଭିକ୍‌ ଏହାର ମଧୁର ପ୍ରତିଶୋଧ ନେଇଛନ୍ତି। ଏହି ସ୍ବର୍ଣ୍ଣ ପଦକ ସହ ଜୋକୋଭିକ୍‌ ପଞ୍ଚମ ଖେଳାଳି ଭାବେ କ୍ୟାରିୟର ଗୋଲ୍‌ଡେନ୍‌ ସ୍ଲାମ୍‌ (ସମସ୍ତ ୪ ସ୍ଲାମ୍‌ ଓ ଅଲିମ୍ପିକ୍ସ ଏକକ ସ୍ବର୍ଣ୍ଣ) ପୂରଣ କରିଛନ୍ତି। ତାଙ୍କ ପୂର୍ବରୁ ଷ୍ଟେଫି ଗ୍ରାଫ୍‌, ଆନ୍ଦ୍ରେ ଆଗାସି, ରାଫେଲ ନାଦାଲ ଓ ସେରେନା ୱିଲିୟମ୍ସ ଏହି ସଫଳତା ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe