LatestLY
ଚେନ୍ନାଇ: ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଭାରତ ବ୍ୟାଟିଂ କରୁଥିବା ବେଳେ ଗୋଟିଏ କୁକୁର ହଠାତ ପଡ଼ିଆ ଭିତରକୁ ପଶି ଆସିଥିଲା । ଯାହାକୁ ଦେଖି ଖେଳାଳିଙ୍କ ସମେତ ଦର୍ଶକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
DNA Indiaଭାରତର ବ୍ୟାଟିଂର ୨୬ତମ ଓଭରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ବେଶ କିଛି ସମୟ ଧରି ପଡ଼ିଆ ମଝିରେ କୁକୁରଟି ଦୌଡ଼ିି ଚାଲିଥିଲା । ଯେଉଁଥିପାଇଁ ମ୍ୟାଚ୍ ମଧ୍ୟ କିଛି ସମୟ ଧରି ବନ୍ଦ ରହିଥିଲା । ସେତେବେଳେ କ୍ରିଜରେ ଶ୍ରେୟସ ଆୟସ ଏବଂ ଋଷଭ ପନ୍ଥ ଖେଳୁଥିଲେ ।
ଗ୍ରାଉଣ୍ଡ ଷ୍ଟାଫ୍ ଅନେକ ଚେଷ୍ଟା କରିଥିଲେ ବି କୁକୁରକୁ ପଡ଼ିଆରୁ ବାହାର କରିବାରେ ଅସମର୍ଥ ହୋଇଥିଲେ। ତେବେ ୱେଷ୍ଟଇଣ୍ଡିଜର ଜଣେ ଖେଳାଳି ମଧ୍ୟ କୁକୁରକୁ ବାହାର କରିବାକୁ ପ୍ରୟାସ କରିଥିଲେ । କିନ୍ତୁ କୁକୁରଟି ତାଙ୍କୁ ଚକମା ଦେଇ ପଡ଼ିଆ ଭିତରେ ଦୌଡି ଚାଲିଥିଲା । ଶେଷରେ କୁକୁରଟି ଆପେଆପେ ପଡ଼ିଆରୁ ବାହାରକୁ ଚାଲିଯାଇଥିଲା ।
Follow Us