ଜାନୁଆରି ପର୍ଯ୍ୟନ୍ତ କିଛି ପଚାରନି: ଧୋନି

Advertisment
ଜାନୁଆରି ପର୍ଯ୍ୟନ୍ତ କିଛି ପଚାରନି: ଧୋନି

ରାଞ୍ଚି: ଗତ ଏକଦିବସୀୟ ବିଶ୍ବକପ୍‌ ସେମିଫାଇନାଲ୍‌ ପରାଜୟ ପରଠୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଜାତୀୟ ଦଳରେ ଖେଳିନାହାନ୍ତି। ସେ ନିଜ ଆଡୁ ଦଳଠୁ ଦୂରେଇ ରହିଛନ୍ତି। ‌ତାଙ୍କ ଅବସରକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା ବେଳେ ଧୋନି ନିଜ ଭବିଷ୍ୟତ ନେଇ ବୁଧବାର ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ତାଙ୍କ ଅବସର ବିଷୟରେ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଧୋନି କହିଥିଲେ ଜାନୁଆରି ପର୍ଯ୍ୟନ୍ତ କିଛି ପଚାରନି। ଏହା ପରେ ଯାହା ନିଷ୍ପତ୍ତି ‌ହେବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ଧୋନି କ୍ରିକେଟ୍‌ଠୁ ଦୂରେଇ ରହିବା ପରେ ଭାରତୀୟ ଚୟନକର୍ତ୍ତା ସୀମିତ ଓଭର ପାଇଁ ଋଷବ ପନ୍ତଙ୍କୁ ପ୍ରଥମ ପସନ୍ଦର ୱିକେଟ୍‌ରକ୍ଷକ ରଖିଥିଲା ବେଳେ ସଂଜୁ ସାମସନ୍‌ ଦ୍ବିତୀୟ ପସନ୍ଦ ରହିଛନ୍ତି।

publive-image

ଗତ ମଙ୍ଗଳବାର ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ଧୋନିଙ୍କ ସମ୍ପର୍କରେ ମତ ରଖିଥିଲେ। ସେ କହିଥିଲେ, ଧୋନିଙ୍କ ପ୍ରତ୍ୟାବର୍ତନ ୨୦୨୦ ମସିହାର ଆଇପିଏଲ୍‌ ପ୍ରଦର୍ଶନ ଉପରେ ନିର୍ଭର କରିବ। ଅନ୍ୟ ୱିକେଟରକ୍ଷକମାନେ କିଭଳି କରୁଛନ୍ତି ଏବଂ ଧୋନି କିଭଳି ଖେଳୁଛନ୍ତି ସେସବୁ ବିଚାର ପରିସରକୁ ଆସିବ। ଆସନ୍ତାବର୍ଷର ଟି-୨୦ ବିଶ୍ବକପ୍‌ ପୂର୍ବରୁ ଆଇପିଏଲ୍‌ର ଶେଷ ପ୍ରତିଯୋଗିତା ହୋଇଥିବାରୁ ସେ ଚୂଡାନ୍ତ ୧୫ ମଧ୍ୟରେ ଆସ‌ିବେ କି ନା ଜଣାପଡିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe