ଧୋନିଙ୍କୁ ଉପେକ୍ଷାର ପ୍ରଶ୍ନ ଉଠୁନାହିଁ

Advertisment
ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ : ଧୋନିଙ୍କୁ ନେଇ ଆଶଙ୍କା

ନୂଆଦିଲ୍ଲୀ: ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଘୋଷିତ ଭାରତୀୟ ଦଳରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ବାଦ୍‌ ଦିଆଯାଇଛି। କିନ୍ତୁ ଜଣେ ଚୟନକର୍ତା କହିଛନ୍ତି ‘ଧୋନିଙ୍କୁ ଉପେକ୍ଷା କରିବାର ପ୍ରଶ୍ନ ଉଠୁନାହିଁ’। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନଜରରେ ରଖି ଯୁବ ଖେଳାଳିଙ୍କୁ ଏହି ଶୃଙ୍ଖଳା‌ରେ ସୁଯୋଗ ଦିଆଯାଇଛି। ଧୋନିଙ୍କୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ପଣ୍ଡିତମାନେ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ ଧୋନି ଏବେ ୨ ମାସିଆ ବିରାମରେ ରହିଥିବା ସ୍ପଷ୍ଟ କରିଛନ୍ତି ଚୟନକର୍ତା। ଧୋନି ଆମକୁ ପରୋକ୍ଷରେ ଭବିଷ୍ୟତ ୱିକେଟରକ୍ଷକ ବାଛିବାର ସୁଯୋଗ ଦେଇଛନ୍ତି ବୋଲି ସେ କହିଛନ୍ତି। ଆମେ କିନ୍ତୁ ଧୋନିଙ୍କ ସହ ବସି ଏ ସମ୍ପର୍କରେ କୌଣସି ଆଲୋଚନା କରିନାହୁଁ ବୋଲି ନିଜ ନାମ ଗୋପନ ରଖିଥିବା ଏହି ଚୟନକର୍ତା ସ୍ବୀକାର କରିଛନ୍ତି। ଧୋନିଙ୍କର ଆବଶ୍ୟକତା ଏବେ ବି ରହିଛି। ଫିନିସର ଭୂମିକା ତାଙ୍କଠାରୁ ଆଉ କେହି ଭଲରେ ତୁଲାଇ ପାରିବେ ନାହିଁ। ଯୁବ ଖେଳାଳିଙ୍କ ମାର୍ଗଦର୍ଶନ କରିବାରେ ତାଙ୍କ ଉପସ୍ଥିତି କାମ୍ୟ। ଖେଳ ଜୀବନରେ ୩୫୦ ଦିନିକିଆ ଏବଂ ୯୮ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଥିବା ଧୋନିଙ୍କ ସମ୍ପର୍କରେ କୌଣସି ଟିପ୍ପଣୀ‌ ଦେବା ସହଜ ନୁହେଁ। ସଚ୍ଚୋଟତାର ସହ କହିଲେ, ‘ଋଷଭ ପନ୍ତ୍‌ ଆହତ ‌ହେଲେ ଟି-୨୦ ଫର୍ମାଟରେ ଧୋନିଙ୍କର କେହି ବିକଳ୍ପ ନାହାନ୍ତି’ ବୋଲି ସେ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe