ଧୋନିଙ୍କ ସହ ଦ୍ବିଶତକ ଭାଗୀଦାରି ବେଳେ ଅଖତରଙ୍କୁ ସ୍ଲେଜିଂ କରିଥିଲେ ଇର୍ଫାନ୍‌

Advertisment
ଲଙ୍କା ପ୍ରିମିୟର ଲିଗ୍‌ ଖେଳିବେ ଇର୍ଫାନ୍‌

Zee News

ନୂଆଦିଲ୍ଲୀ: ୨୦୦୬ ମସିହାର ‌ଫୈସଲାବାଦ୍ ଟେଷ୍ଟ୍‌ ‌ମ୍ୟାଚ୍‌ ବେଳେ ସୋଏବ୍‌ ଅଖତରଙ୍କ ଲୟ ବିଗାଡ଼ିବା ଲାଗି ଇର୍ଫାନ୍ ପଠାନ ତାଙ୍କୁ ସ୍ଲେଜିଂ କରିଥିଲେ। ଏଭଳି କରିବା ପୂର୍ବରୁ ସେ ମଧ୍ୟ ନିଜ ବରିଷ୍ଠ ବ୍ୟାଟିଂ ପାର୍ଟନର୍‌ ମହେନ୍ଦ୍ର ସିଂହ ଧାନିଙ୍କୁ କହି ରଖିଥିଲେ ‘ମୁଁ ତାଙ୍କୁ ସ୍ଲେଜିଂ କରିବି, ତୁମେ ସେତେବେଳେ ଖାଲି ଟିକିଏ ହସି ଦେଉଥିବ।’ ଏଭଳି ଭାବେ ପାକିସ୍ତାନର ଯୋଜନାକୁ ପଣ୍ଡ କରିଥିଲେ ଧୋନି ଏବଂ ଇର୍ଫାନ୍‌।

ପାକିସ୍ତାନର ୫୮୮ ରନ୍‌ ଜବାବରେ ଭାରତ ଏକଦା ୨୮୧ ରନ୍‌ରେ ୫ ୱିକେଟ୍ ହରାଇ ଦେଇଥିଲା। ଏହି ସମୟରେ ଧୋନିଙ୍କ ସହିତ କ୍ରିଜ୍‌ରେ ଯୋଗ ଦେଇଥିଲେ ଇର୍ଫାନ୍‌। ଉଭୟ ଷଷ୍ଠ ୱିକେଟ୍ ପାଇଁ ୨୧୦ ରନ୍ ଭାଗୀଦାରି କରିବାରୁ ଭାରତ ବର୍ତିଯାଇଥିଲା। ୬୦୩ ରନ୍‌ର ବଡ଼ ସ୍କୋର୍‌ ମଧ୍ୟ ଭାରତ ଛିଡ଼ା କରି ନେଇଥିଲା। ଏହି ମ୍ୟାଚ୍‌ ସ୍ମୃତି ରୋମନ୍ଥନ କରି ଇର୍ଫାନ୍‌ କହିଥିଲେ ‘ଆମ ଭାଗୀଦାରିର ପ୍ରାରମ୍ଭରେ ସୋଏବ୍‌ ଅଖତର୍‌ ଭାରି ଅଡୁଆରେ ପକାଇଥିଲେ। ମୁଁ ବ୍ୟାଟିଂ କରିବାକୁ ଆସିବା ବେଳେ ସେ ଘଣ୍ଟାପ୍ରତି ୧୫୦/୧୬୦ କିଲୋମିଟର୍‌ ବେଗରେ ବୋଲିଂ କରୁଥିଲେ। ମୁଁ ପ୍ରଥମେ ଧୋନିଙ୍କ ପାଖକୁ ଯାଇ ପିଚ୍‌ ଆଚରଣ କଥା ପରଖି ନେଇଥିଲି। ସେ କହିଥିଲେ ସେଭଳି କିଛି ନାହିଁ, ତୁମେ କେବଳ ବ୍ୟାଟିଂ କର। ମୁଁ ସମ୍ମୁଖୀନ ହୋଇଥିବା ଅଖତରଙ୍କ ପ୍ରଥମ ବଲ୍‌ ବାଉଁସର ଥିଲା। ମୋ କାନ ପାଖରେ ପଳାଇଥିଲା, ବଲ୍‌କୁ ମଧ୍ୟ ମୁଁ ଦେଖିପାରିନଥିଲି। ସେ ଏହା ପରେ ବାଉଁସର ପରେ ବାଉଁସର ବୋଲିଂ କରି ଚାଲିଥିଲେ। ଯେଭଳି ହେଉ ତାଙ୍କ ସ୍ପେଲକୁ ସମ୍ଭାଳି ନେଇଥିଲୁ। ଭାଗୀଦାରି ଗଢ଼ିବାରେ ଆମେ ଲାଗି ପଡ଼ିଥିଲୁ। କିଛି ସମୟ ପରେ ଅଖତର ନୂଆ ଏକ ସ୍ପେଲ୍‌ ନେଇ ଆସିଥିଲେ। ଆମ ଭାଗୀଦାରି ଭାଙ୍ଗିବାକୁ ସେ ସ୍ଲେଜିଂ ପ୍ରୟାସ କରିଥିଲେ। ଏହି ସମୟରେ ମୁଁ ଧୋନିଙ୍କୁ କହିଥିଲି ତାଙ୍କୁ ସ୍ଲେଜିଂ କରିବି, ଏଥିରେ ସେ ରାଜି‌ ହୋଇଯାଇଥିଲେ। ବଲ୍‌ ମଧ୍ୟ ରିଭର୍ସ ସୁଇଙ୍ଗ୍ କରିବା ଆରମ୍ଭ ହୋଇଥିଲା। ଏହାକୁ କାଟିବାର ବେଳ ଆସିଯାଇଥିଲା।

ଏହ‌ି ସମୟରେ‌ ମୁଁ ଅଖତରଙ୍କୁ ସ୍ଲେଜିଂ କରିଥିଲି। କହିଥିଲି ‘ପରବର୍ତ୍ତୀ ବଲଟି ସେଭଳି ପକାଇବ କି ? ସେ ରାଗିକି କହିଥିଲେ ‘ଅଧିକ ହୋଇଯାଉଛି, ତୁମକୁ ଏଠାରୁ ହଟାଇ ଦେବି’। ଜବାବରେ ମୁଁ ତାଙ୍କୁ କହିଥିଲି ‘ତୁମେ ଏଭଳି କରିପାରିବ ନାହିଁ, ମୁଁ ଅସଲି ପଠାନ୍‌, ତ‌ୁମେ କେବଳ ତୁମ ବୋଲିଂ କର, କଥା କୁହନାହିଁ’। ପରବର୍ତ୍ତୀ ବଲଟି ଅଖତର ବାଉଁସର ପକାଇଥିଲେ, ମୁଁ ଛାଡ଼ି‌‌‌ ଦେଇଥିଲି। ଏହା ପରେ ସେ ସର୍ଟ ବଲ୍‌ ପକାଇବା ଆରମ୍ଭ କରିଥିଲେ। ମୁଁ କହିଥିଲି ‘ତୁମେ ଆଉ ଟିକିଏ ସର୍ଟ ପକାଅ’‌। ସେ ପୁଣି ରାଗି ଯାଇଥିଲେ। ଏଭଳି ଭାବେ ଆମେ ତାଙ୍କ ସ୍ପେଲ୍‌କୁ ବିତାଇ ଦେଇଥିଲୁ। ଅଖତରଙ୍କ ବୋଲିଂ ପରେ ବ୍ୟାଟିଂ ସହଜ ହୋଇଯାଇଥିଲା ଏବଂ ମ୍ୟାଚ୍‌ ଅମୀମାଂସିତ ରହିଥିଲା ବୋଲି ଇର୍ଫାନ୍ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe