ଡବଲ୍ ପେନାଲ୍‌ଟି ଷ୍ଟ୍ରୋକ୍‌

ଡବଲ୍ ପେନାଲ୍‌ଟି ଷ୍ଟ୍ରୋକ୍‌

ଭୁବନେଶ୍ବର: ରବିବାର ଥିଲା କଳିଙ୍ଗ ଷ୍ଟାଡିୟମରେ ଡବଲ୍ ଷ୍ଟ୍ରୋକର ଦିନ। ହକିରେ ପେନାଲଟି ଷ୍ଟ୍ରୋକ୍ ସେତେ ନିୟମିତ ନ ଥିଲେ ବି ରବିବାର ଉଭୟ ଦକ୍ଷିଣ ଆଫ୍ରିକା- କାନାଡା, ଭାରତ- ବେଲ୍‌ଜିୟମ୍‌ ମ୍ୟାଚ୍‌ରେ ଗୋଟିଏ ଲେଖାଏଁ ଦୃଶ୍ୟ ଦେଖିବାକୁ ମିଳିଥିଲା। ଉଭୟଟି ମଧ୍ୟ ଗୋଲ୍‌ରେ ପରିଣତ ହୋଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୫ତମ ମିନିଟରେ କାନାଡ଼ା ଅଧିନାୟକ ସ୍କଟ୍ ଟୁପର ଏବଂ ବେଲଜିୟମ୍ ବିପକ୍ଷ ମ୍ୟାଚ୍‌ରେ ଭାରତର ହରମନପ୍ରୀତ୍ ସିଂହ ଗୋଲ୍‌ ଦେଇଥିଲେ ପେନାଲଟି ଷ୍ଟ୍ରୋକରୁ। ସର୍କଲ ଅଞ୍ଚଳରେ ଜଣେ ଡିଫେଣ୍ଡର ଗୁରୁତ୍ତର ଭୁଲ ଏବଂ ପ୍ରତିବଂଧକ ଆଣିଲେ ଦଣ୍ଡସ୍ବରୂପ ଏଭଳି ସଙ୍କେତ ମିଳିଥାଏ। ଯାହାକି ନିଶ୍ଚିତ ଗୋଲ ‌ହୋଇଥାଏ।

ଚତୁର୍ଦଶ ଅମୀମାଂସିତ
ଭାରତ ଏବଂ ବେଲଜିୟମ୍ ନିଜ ହକି ଇତିହାସରେ ରବିବାର ୭୯ତମ ମୁକାବିଲା କରିଥିଲେ। ଏଥି ସହିତ ୧୪ତମ ଅମୀମାଂସିତ ପାଇଛନ୍ତି। ଏହି ମୁକାବିଲାଗୁଡ଼ିକରୁ ଭାରତ ୪୬ ଜିତିଥିବାବେଳେ ୧୯ ହାରିଛି। ବିଶ୍ବକପ୍‌ରେ କିନ୍ତୁ ଉଭୟ ଦେଶ ଚତୁର୍ଥ ମୁକାବିଲାରେ ପ୍ରଥମ ଅମୀମାଂସିତ ପାଇଛନ୍ତି। ପୂର୍ବ ୩ଟିରୁ ଭାରତ ୨ ଜିତିଥିବାବେଳେ ଗୋଟିଏ ହାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe