ଡ୍ରାଗ୍‌ ଫ୍ଲିକର ସନ୍ଦୀପ ସିଂହଙ୍କ ସଫଳତା ଓ ସଂଘର୍ଷର କାହାଣୀ, ହ୍ବିଲ୍‌ଚେୟାରରୁ ହରିଆଣା ବିଧାନସଭା‌

Advertisment
ଡ୍ରାଗ୍‌ ଫ୍ଲିକର ସନ୍ଦୀପ ସିଂହଙ୍କ ସଫଳତା ଓ ସଂଘର୍ଷର କାହାଣୀ, ହ୍ବିଲ୍‌ଚେୟାରରୁ ହରିଆଣା ବିଧାନସଭା‌

ପୁନେ: ଜୀବନକୁ ଯଦି ଏକ ଖେଳ ଧରାଯିବ ତେବେ ସନ୍ଦୀପ ସିଂହଙ୍କ କାହାଣୀକୁ ଶ୍ରେଷ୍ଠ ଲେଖକମାନେ ଲେଖିସାରିଥାନ୍ତେ। ଭାରତୀୟ ହକି ଦଳର ଏହି ପୂର୍ବତନ ଅଧିନାୟକଙ୍କ ଜୀବନୀ ଉପରେ ଯଦିଓ ଏକ ଚଳଚ୍ଚିତ୍ର ନିର୍ମାଣ ସରିଛି କିନ୍ତୁ ତାଙ୍କ ଜୀବନର ନିରଂତର ଉତ୍‌ଥାନ ପତନ ଏବଂ ତାଙ୍କୁ ହକ୍‌ରୁ ବଞ୍ଚିତ ରଖିଛି। ଭାରତୀୟ ହକି ଦଳର ଜଣେ ସଫଳ ଡ୍ରାଗ୍‌ ଫ୍ଲିକର ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ଏହି ପୂର୍ବତନ ଅଧିନାୟକଙ୍କ ଜୀବନୀ ଏକ ରୋମାଞ୍ଚକର କାହାଣୀଠାରୁ ବି କିଛି ନୁହେଁ। ଖେଳ ଜୀବନ ଶିଖରରେ ଥିବାବେଳେ ଟ୍ରେନ୍ ଯାତ୍ରା ବେଳେ ଗୁଳିମାଡର ଶିକାର କାରଣରୁ ପ୍ରାୟ ଗୋଟିଏ ବର୍ଷରୁ ଊର୍ଧ୍ବ ହ୍ବିଲ୍‌‌େଚୟାରରେ ବିତାଇଥିଲେ ସେ। ଏହା ପରେ ବି ହକି ପଡିଆକୁ ଚମତ୍କାର ପ୍ରତ୍ୟାବର୍ତନ କରି ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିଲେ। ହରିଆଣା ପୁଲିସ୍‌ରେ ଡିଏସ୍‌ପି ଭାବେ କାମ କରିଥିଲେ ପ୍ରାୟ ୫ ବର୍ଷ। ଗତବର୍ଷ ଏକ ବଡ଼ ନିଷ୍ପତ୍ତି ନେଇ କେବଳ ରାଜନୀତିରେ ଯୋଗ ଦେଇନଥିଲେ। ନଭେମ୍ବରରେ ହରିଆଣା ବିଧାନସଭାକୁ ନିର୍ବାଚିତ ହୋଇ ଏବେ ରାଜ୍ୟର କ୍ରୀଡ଼ାମନ୍ତ୍ରୀ। ରାଜନୀତି ଯୋଗଦେବା ଏକ ତରବରିଆ ନିଷ୍ପତ୍ତି ନଥିଲା ବୋଲି କୁହନ୍ତି ସାହାବାଦ ଜନ୍ମିତ ସନ୍ଦୀପ। 'ଏହା ସମ୍ପୂର୍ଣ୍ଣଭାବେ ସୁଯୋଗ ପାଇଁ ଘଟିନଥିଲା, ବୁଝିବିଚାରି ମୁଁ ରାଜନୀତିରେ ଯୋଗ ଦେଇଥିଲି ଏବଂ ନିର୍ବାଚନ ଲଢ଼ିଥିଲି। ଭାରତୀୟ ଜନତା ପାର୍ଟି (ଭାଜପା) ମୋତେ ଅନୁରୋଧ କରିଥିଲା ଓ ଟିକେଟ୍‌ ପ୍ରଦାନ କରିଥିଲା। ମୁଁ ଅନେକ କଷ୍ଟଦେଇ ଗତି କରିଥିବାରୁ, ଗରିବ କ୍ରୀଡ଼ାବିତ୍‌ଙ୍କୁ ସବୁବେ‌ଳେ ସହଯୋଗ କରିବା ଲାଗି ଲକ୍ଷ୍ୟ ରଖିଥିଲି। ସାହାଯ୍ୟ କରିବାକୁ ଚାହୁଁଥିଲେ ବି ଅସହାୟ ଥିଲି। ଗତବର୍ଷ ଭାଇ ସହିତ ଏକ ଏକାଡେମି ପ୍ରତିଷ୍ଠା କରି ପ୍ରତିଭାବାନ ଓ ରାଜ୍ୟର ଅବହେଳିତଙ୍କୁ ମାଗଣା ତାଲିମ, ରହିବା ଓ ଖାଇବା ପ୍ରଦାନ ଧାରା ଆରମ୍ଭ କରିଥିଲୁ।' ବୋଲି ପ୍ରକାଶ କରିଥିଲେ ସନ୍ଦୀପ।

କ୍ରୀଡ଼ାମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରଠାରୁ ରାଜ୍ୟର କ୍ରୀଡ଼ାବିତ୍‌ଙ୍କୁ ସହଯୋଗ କରିବା ଲାଗି ନୀତି ପ୍ରଣୟନ କରିବା ପ୍ରୟାସରେ ଅଛନ୍ତି। ମୁଁ ଯୋଗଦେବା ପୂର୍ବରୁ ପ୍ରଶିକ୍ଷକଙ୍କ ଛୁଟି ମଧ୍ୟ ଅବ୍ୟବସ୍ଥିତ ଥିଲା। ହାତଲେଖା ଛୁଟି ଦରଖାସ୍ତକୁ ସେମାନେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ନିକଟକୁ ପଠାଉଥିଲେ। ଏଥିରେ ତାରିଖ ବି ଉଲ୍ଲେଖ ରହୁନଥିଲା। ଏବେ ସେମାନଙ୍କୁ ଇମେଲ୍‌ରେ ପଠାଇବା ଲାଗି କୁହାଯାଇଛି। ମହିଳା ଦଳ ପାଇଁ ମଧ୍ୟ କେତେକ ନୀତିରେ ପରିବର୍ତନ କରାଯାଇଛି। ପ୍ରତି ମହିଳା ଦଳ ପାଇଁ ଜଣେ ଲେଖାଏଁ ମହିଳା ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଯଥେଷ୍ଟ ମହିଳା ପ୍ରଶିକ୍ଷକ ନି ମିଳିଲେ ବି ପ୍ରତି ଦଳ ସହ ଅନ୍ୟୁନ ଜଣେ ମହିଳା ପ୍ରବଂଧକ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ମହିଳା ଖେଳାଳି କୌଣସି ଅସୁବିଧାରେ ନ ପଡିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ ସନ୍ଦୀପ। ଖେଳାଳିଙ୍କ ଦୈନିକ ଭତ୍ତା ମଧ୍ୟ ୧୫୦ ଟଙ୍କାରୁ ୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍ତର୍ଜାତୀୟ ସ୍ତରରୁ ପଦକ ଆଣିବାରେ ହରିଆଣା ସର୍ବଦା ଆଗରେ ରହି ଆସିଛି। କ୍ରୀଡ଼ାବିତଙ୍କ ଏହି ସଫଳତାର ଚିତ୍ରକୁ ବଜାୟ ରଖିବା ଏତେ ସହଜ କାମ ନୁହେଁ। ନିଜ ଖେଳ ଜୀବନରୁ କିଛି ଶିଖିଥିବାରୁ ସନ୍ଦୀପଙ୍କ ଉପରେ ଏ ନେଇ କିଛି ଚାପ ନାହିଁ। ବରଂ କେବଳ ଦାୟିତ୍ବକୁ ନିଭାଇଲେ ସବୁ ସମ୍ଭବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe