ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ଦ୍ରାବିଡ଼

Advertisment
ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ଦ୍ରାବିଡ଼

ଦୁବାଇ: ପୂର୍ବତନ ଭାରତୀୟ ଦଳର ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କ ସହ ଅଷ୍ଟ୍ରେଲିଆ କିମ୍ବଦନ୍ତୀ ରିକି ପଣ୍ଟିଂ ଏବଂ ଇଂଲଣ୍ଡ ମହିଳା କ୍ରିକେଟର୍‌ କ୍ଲାଇରେ ଟେଲ୍‌ର୍‌ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇଛନ୍ତି। ଦ୍ରାବିଡ଼ ପଞ୍ଚମ ଭାରତୀୟ ଭାବେ ଏହି କ୍ଲବ୍‌ରେ ସାମିଲ ହୋଇଛନ୍ତି। ତାଙ୍କ ପୂର୍ବରୁ ବିଶେନ ସିଂହ ବେଦୀ, ସୁନିଲ ଗାଭାସ୍କର ଏବଂ କପିଳ ଦେବ ୨୦୦୯ରେ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇଥିଲା ବେଳେ ୨୦୧୫ରେ ଅନିଲ କୁମ୍ବଲେ ଏଥିରେ ସାମିଲ ହୋଇଥିଲେ। ଦ୍ରାବିଡ଼ ୧୬୪ ଟେଷ୍ଟ୍‍ ଖେଳି ୩୬ ଶତକ ସହ ୧୩୨୮୮ ରନ୍‌ ଏବଂ ୩୪୪ ଦିନିକିଆରେ ୧୨ ଶତକ ସହ ୧୦୮୮୯ ରନ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe