ଦ୍ରାବିଡ଼ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ

Advertisment
କୋଚ ପଦରୁ ବିଦା ହେବେ କି  ରାହୁଲ ଦ୍ରାବିଡ୍ ?

Image Courtesy of The Hindu

ଦୁବାଇ: ଭାରତୀୟ କ୍ରିକେଟ୍‌ ପାଇଁ ସବୁଠାରୁ ବଡ଼ ଖବର। କିଂବଦନ୍ତି ବ୍ୟାଟର୍‌ ତଥା ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ହେବାକୁ ରାଜି ହୋଇଛନ୍ତି। ୟୁଏଇରେ ଶୁକ୍ରବାର ରାତିରେ ଆଇପିଏଲ୍‌ ଫାଇନାଲ୍ ଖେଳାଯିବା ପରେ ଦ୍ରାବିଡ଼ଙ୍କୁ ପ୍ରବର୍ତାଇବାରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ସାହା ସଫଳ ‌ହୋଇଛନ୍ତି।

‘ଦ୍ରାବିଡ଼ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବାକୁ ସମ୍ମତି ଜଣାଇଛନ୍ତି। ଖୁବ୍ ଶୀଘ୍ର ସେ ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ପ୍ରଦାନ କରିବେ’ ବୋଲି ବିସିସିଆଇର ଜଣେ ପ୍ରମୁଖ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମ ଆଗ‌ରେ ପ୍ରକାଶ କରିଛନ୍ତି। ଦ୍ରାବିଡ଼ଙ୍କ ସହିତ ପରାସ ମହାମ୍ବ୍ରେ ବୋଲିଂ ପ୍ରଶିକ୍ଷକ ରହିବେ। କିନ୍ତୁ ‌କ୍ଷେତ୍ରରକ୍ଷକ ପ୍ରଶିକ୍ଷକ ଆର୍‌ ଶ୍ରୀଧରଙ୍କୁ ଅପରିବର୍ତିତ ରଖାଯିବ। ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ମଧ୍ୟ ବଦଳିବେ ନାର୍ହି ବୋଲି ଏହି ସୂତ୍ର ଦାବି କରିଛି। ରବିବାରଠାରୁ ଆରମ୍ଭ ହେଉଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସହିତ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ‌ସେ ଆଉ ଦାୟିତ୍ବରେ ରହିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି। ନଭେମ୍ବର ମାସରୁ ଭାରତ ଗସ୍ତରେ ଆସୁଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା‌ରୁ ଦ୍ରାବିଡ଼ ୨ ବର୍ଷ ପାଇଁ ଦାୟିତ୍ବ ନେବେ। ୨୦୨୨ ମସିହାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ (ଅଷ୍ଟ୍ରେଲିଆ) ଏବଂ ୨୦୨୩ ମସିହାର ଦିନିକିଆ ବିଶ୍ବକପ୍ (ଭାରତ) ଦ୍ରାବିଡ଼ଙ୍କ ପ୍ରଶିକ୍ଷଣ ଦୁଇ ପ୍ରମୁଖ ପ୍ରତିଯୋଗିତା ହେବ।

ଭାରତୀୟ ଦଳ ପ୍ରଶିକ୍ଷକ ପଦ ଦୌଡ଼ରେ ଅନିଲ କୁମ୍ବଲେ ଏବଂ ଭିଭିଏସ୍ ଲକ୍ଷ୍ମଣ ରହିଥିଲେ। ରିକି ପଣ୍ଟିଂଙ୍କୁ ମଧ୍ୟ ବିସିସିଆଇ ପ୍ରସ୍ତାବ ଦେଇଥିଲା। କିନ୍ତୁ ରାହୁଲ ଦ୍ରାବିଡ଼ ରାଜି ହେବା ପରେ ଏମାନଙ୍କ ପ୍ରାର୍ଥୀତ୍ବ ପଛରେ ପଡ଼ିଯାଇଥିଲା। ନିଜ ଖେଳ ଜୀବନରେ ମିଷ୍ଟର୍‌ ୱାଲ୍ ତଥା ମିଷ୍ଟର୍ ଡିପେଣ୍ଡବଲ୍‌ ଭାବେ ପରିଚିତ ଦ୍ରାବିଡ଼ ୨୪,୧୭୭ ରନ୍‌ କରିଥିଲେ। ବାର୍ଷିକ ୧୦ କୋଟି ଟଙ୍କାରେ ସେ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ୨୦୧୨ରେ ଖେଳ ଜୀବନ ଶେଷ କରିବା ପରେ ଦ୍ରାବିଡ଼ ପ୍ରଶିକ୍ଷକ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ୨୦୧୬ରୁ ୨୦୧୯ ମସିହା ମଧ୍ୟରେ ସେ ଭାରତ ‘ଏ’ ଏବଂ ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ୨୦୧୮ରେ ତାଙ୍କ ପ୍ରଶିକ୍ଷିତ ଭାରତୀୟ ଯୁବ ଦଳ (୧୯ ବର୍ଷରୁ କମ୍‌) ବିଶ୍ବକପ୍‌ ବିଜେତା ହୋଇଥିଲା। ୨୦୧୯ରେ ସେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିର କ୍ରିକେଟ୍ ଅପରେସନ୍ସର ନିର୍ଦେଶକ ନିଯୁକ୍ତ ହୋଇଥିଲେ। ଚଳିତ ବର୍ଷ ତାଙ୍କୁ ଏନ୍‌ସିଏର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଥିଲା। ଏବେ ଏହି ପଦ ଛାଡ଼ି ‌ସେ ଭାରତୀୟ ଦଳ ସହ ଯୋଡ଼ି ହେବେ। ବିସିସିଆଇ କିନ୍ତୁ ଆନୁଷ୍ଠାନିକ ଭାବେ ଦ୍ରାବିଡ଼ଙ୍କ ନିଯୁକ୍ତି ବିଷୟରେ ପୃଷ୍ଠି କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe