କୋହଲି ୧୦୦ତମ ଟେଷ୍ଟ୍‌ ପୂର୍ବରୁ ସାମ୍ବାଦିକ ସମ୍ମିଳନୀକୁ ଆସିବେ: ଦ୍ରାବିଡ

Advertisment
ଦ୍ରାବିଡ଼ଙ୍କ ୨୦୦୭ ଦୁଃସ୍ବପ୍ନ ଦୂର ହେବ?

ଜୋହାନ୍‌ସବର୍ଗ: ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ଗୋଟିଏ ଟେଷ୍ଟ୍‌ ଖେଳିସାରିଥିଲା ବେଳେ ଆସନ୍ତାକାଲି (ସୋମବାର)ଠାରୁ ଏଠାରେ ଦ୍ବିତୀୟ ଟେଷ୍ଟ୍‌ ଖେଳିବ। ହେଲେ ଏପର୍ଯ୍ୟନ୍ତ ଅଧିନାୟକ ବିରାଟ କୋହଲି ଗଣମାଧ୍ୟମ ସାମ୍ନାକୁ ଆସିନାହାନ୍ତି। ଏପରିକି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ସେ ସାମ୍ବାଧିତ କରୁନାହାନ୍ତି। ପ୍ରଥମ ଟେଷ୍ଟ୍‌ ଭଳି ଦ୍ବିତୀୟ ଟେଷ୍ଟ୍‌ର ପୂର୍ବ ସାମ୍ବାଦିକ ସମ୍ମିଳନୀରେ କୋହଲି ଅନୁପସ୍ଥିତ ରହିଥିଲେ। ତେଣୁ କିଛି ଗଣମାଧ୍ୟମ ପ୍ରତିନିଧି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌ଙ୍କୁ କୋହଲିଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ କରିଥିଲେ। ଦ୍ରାବିଡ୍‌ ଏହାର ଉତ୍ତର ରଖିଥିଲେ ଏବଂ ତାଙ୍କର ୧୦୦ତମ ଟେଷ୍ଟ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ କୋହଲି ଗଣମାଧ୍ୟମ ସାମ୍ନାକୁ ଆସିବେ ବୋଲି ସ୍ପଷ୍ଟ କରିଥିଲେ। କୋହଲିଙ୍କ ଅନୁପସ୍ଥିତି ନେଇ ସେଭଳି କୌଣସି ନିର୍ଦିଷ୍ଟ କାରଣ ନାହିଁ। କୋହଲି ତାଙ୍କର ୯୮ତମ ଟେଷ୍ଟ୍‌ ଖେଳିସାରିଛନ୍ତି ଏବଂ ଆସନ୍ତାକାଲିଠୁ ୯୯ତମ ଟେ‌ଷ୍ଟ୍‌କୁ ଓହ୍ଲାଇବେ। ଫଳରେ ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଟେଷ୍ଟ୍‌ କୋହଲିଙ୍କ ପାଇଁ ସ୍ମରଣୀୟ ୧୦୦ତମ ହେବ। ସେ ସାମ୍ବାଦିକ ସମ୍ମିଳନୀକୁ ଯିବେ କି ନାହିଁ ତାହା ମୁଁ ସ୍ଥିର କରେନି। ତଥାପି ୧୦୦ତମ ଟେଷ୍ଟ୍‌ ଅବ୍ୟବହିତ ପୂର୍ବ‌ରୁ ଗଣମାଧ୍ୟମକୁ ସାମ୍ନା କରିବାକୁ ମୁଁ ତାଙ୍କୁ କହିଛି। ଆଉ ଆଶା କରୁଛି ତୁମେମାନେ ସେତେବେଳେ ନିଶ୍ଚିତ ତାଙ୍କୁ ଭେଟିବ। ତୁମେମାନେ ମଧ୍ୟ ତାଙ୍କ ୧୦୦ତମ ଟେଷ୍ଟ୍‌ ନେଇ ତାଙ୍କୁ ପ୍ରଶ୍ନ ପଚାରିପାରିବ ବୋଲି ଦ୍ବିତୀୟ ଟେଷ୍ଟ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ରବିବାର ଦ୍ରାବିଡ୍‌ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe