ଡୋପ୍‌ ପରୀକ୍ଷଣରେ ଭାରତୀୟ କ୍ରିକେଟର ବିଫଳ

ଡୋପ୍‌ ପରୀକ୍ଷଣରେ ଭାରତୀୟ କ୍ରିକେଟର ବିଫଳ

ନୂଆଦିଲ୍ଲୀ: ବିସିସିଆଇ ସହ ଅନୁବନ୍ଧିତ ୧୫୩ ଜଣ କ୍ରିକେଟରଙ୍କ ମଧ୍ୟରୁ ଜଣେ ଡୋପ୍‌ ପରୀକ୍ଷଣରେ ବିଫଳ ହୋଇଛନ୍ତି। ଓ୍ଵାଡା (ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥା)ର ୨୦୧୬ ବାର୍ଷିକ ବିବରଣୀରୁ ଏକଥା ଜଣା ପଡ଼ିଛି। ସଂପୃକ୍ତ କ୍ରିକେଟରଙ୍କ ନାଁ କିନ୍ତୁ ପ୍ରକାଶ କରାଯାଇ ନାହିଁ। ତେବେ ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ସଦସ୍ୟ ପ୍ରଦୀପ ସଙ୍ଗଓ୍ଵାନଙ୍କ ପରେ ସଂପୃକ୍ତ ଖେଳାଳି ଜଣକ ଡୋପ୍‌ ପରୀକ୍ଷଣରେ ବିଫଳ ହେବାରେ ଦ୍ୱିତୀୟ ଭାରତୀୟ କ୍ରିକେଟର ହୋଇଛନ୍ତି। ସଙ୍ଗଓ୍ଵାନ ୨୦୧୩ରେ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଆଇପିଏଲ୍‌ ଖେଳୁଥିଲା ବେଳେ ଶକ୍ତିବର୍ଦ୍ଧକ ଔଷଧ ସେବନ କରୁଥିବା ଜଣା ପଡ଼ିଥିଲା। ଓ୍ଵାଡାର ବାର୍ଷିକ ବିବରଣୀ ଅନୁସାରେ ଗତବର୍ଷ ମୋଟ ୧୩୮ ଜଣ ଭାରତୀୟ କ୍ରିକେଟରଙ୍କର ଡୋପ୍‌ ପରୀକ୍ଷଣ କରାଯାଇଥିଲା। ସେଥିମଧ୍ୟରୁ ଜଣେ କ୍ରିକେଟର ଶକ୍ତିବର୍ଦ୍ଧକ ସେବନ କରିଥିବା ଜଣା ପଡ଼ିଥିଲା। ବିସିସିଆଇ ଦ୍ୱାରା ଆୟୋଜିତ ହେଉଥିବା ଘରୋଇ କ୍ରିକେଟ୍‌ ପ୍ରତିଯୋଗିତା ଅବସରରେ ଏହି କ୍ରିକେଟର ଜଣକ ଧରା ପଡ଼ିଥିବା ବିବରଣୀରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe