ମଦ୍ୟପ ଡ୍ରାଇଭର ପିଚ ଉପରକୁ ମଡାଇ ଆଣିଲା ଗାଡି, ଗମ୍ଭୀର, ଇଶାନ୍ତ ଓ ଋଷଭ ହୋଇଗଲେ ଅବାକ

Advertisment
ମଦ୍ୟପ ଡ୍ରାଇଭର ପିଚ ଉପରକୁ ମଡାଇ ଆଣିଲା ଗାଡି, ଗମ୍ଭୀର, ଇଶାନ୍ତ ଓ ଋଷଭ ହୋଇଗଲେ ଅବାକ

ନୂଆଦିଲ୍ଲୀ: ଦିଲ୍ଲୀର ପାଲାମ୍‌ ବିମାନ ବନ୍ଦର ଅଞ୍ଚଳରେ ଥିବା ଏୟାର ଫୋର୍ସ ଗ୍ରାଉଣ୍ଡରେ ଶୁକ୍ରବାର ଦେଖିବାକୁ ମିଳିଛି ଏକ ବଡ଼ ଧରଣର ସୁରକ୍ଷା ବିଚ୍ୟୁତି। ଦିଲ୍ଲୀ ଓ ଉତ୍ତର ପ୍ରଦେଶ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ ସମୟରେ ଜଣେ ନିଶାସକ୍ତ ଯୁବକ ତୀବ୍ର ବେଗରେ କାର ଚଳାଇ ପଡ଼ିଆ ଭିତରକୁ ପଣି ଆସିଥିଲେ। ଗାଡ଼ି ଚାଳକଙ୍କୁ କେହି ସୁରକ୍ଷା କର୍ମୀ ଅଟକାଇାବାକୁ ନଥିବାରୁ ସେ ସିଧା ତାଙ୍କ ମାରୁତି ଓ୍ଵାଗନ୍‌ ଆର୍‌ କାରକୁ ପିଚ ଉପରେ ଚଳାଇଥିଲେ।

ଉଲ୍ଲେଖଯୋଗ୍ୟ କି, ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ଗୌତମ ଗମ୍ଭୀର, ଇଶାନ୍ତ ଶର୍ମା, ଋଷଭ ପନ୍ଥ ପ୍ରମୁଖ ଏଇ ମ୍ୟାଚ ଖେଳୁଥିଲେ।

ମିଳିଥିବା ସୂଚନା ମୁତାବକ, ଖେଳ ଚାଲିଥିବା ବେଳେ ଅପରାହ୍ନ ୪,୪୦ ବେଳକୁ ହଠାତ୍‌ ଏକ କାର ଖୁବ୍‌ ବେଗରେ ଅତର୍କିତ ଭାବେ ପଡ଼ିଆ ଭିତରକୁ ମାଡି ଆସିଥିଲା। ଫଲରେ ଫଲଡିଂ କରୁଥିବା ଖେଳାଳୀମାନେ ପ୍ରାଣ ବିକଳରେ ଏଣେତେଣ ଦୌଡ଼ିଥିଲେ। ଚାଳକ ସିଧା ଗାଡ଼ି ଆଣି ପିଚ୍‌ ଉପରେ ରଖି ଦେଇଥିଲା।

publive-image

ଏହାପରେ ତାଙ୍କୁ ଏୟାରଫୋର୍ସ ପୁଲିସ ଅଟକ ରଖି ପଚରାଉଚରା କରିଥିଲା। ତାଙ୍କ ନାମ ଗିରୀଶ ଶର୍ମା ଓ ସେ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସ୍‌ରେ (ଟିସିଏସ୍‌)ରେ କାମ କରନ୍ତି ବୋଲି ଜଣାପଡ଼ିଥିଲା। ଗିରୀଶ ମଦ୍ୟପାନ କରିଥିବା ମଧ୍ୟ ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ତାଙ୍କୁ ଦିଲ୍ଲୀ ପୁଲିସ ଜିମା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe