ଦୂତି, ଅମିୟ ‘ସତର ଶ୍ରେଷ୍ଠ’

Advertisment
ଏସୀୟ ଇନ୍‌ଡୋର ଦୌଡ଼କୁଦରେ ଭାଗନେବେ ଦୂତି

ଭୁବନେଶ୍ୱର: ଭାରତୀୟ ଦୌଡ଼କୁଦ ମହାସଂଘ ପକ୍ଷରୁ ୨୦୧୭ କ୍ରୀଡ଼ା କ୍ୟାଲେଣ୍ଡରର ସଫଳତାକୁ ନେଇ ନିକଟରେ ପ୍ରକାଶ କରାଯାଇଥିବା ସର୍ବ ଭାରତୀୟ ମାନ୍ୟତାରେ ଦୁଇ ଓଡ଼ିଆ ତାରକା ଦୂତି ଚାନ୍ଦ ଏବଂ ଅମିୟ ମଲ୍ଲିକ ପ୍ରଥମ ସ୍ଥାନରେ ରହିଛନ୍ତି। ଦୂତି ମହିଳା ୧୦୦ ମିଟର ମାନ୍ୟତାର ପ୍ରଥମ ସ୍ଥାନରେ ରହିଥିଲା ବେଳେ ଅମିୟ ପୁରୁଷ ୧୦୦ ମିଟରର ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ଉଭୟ ୨୦୧୬ ଭଳି ୨୦୧୭ରେ ମଧ୍ୟ ଦ୍ରୁତତମ ଧାବିକା ଧାବକର ମାନ୍ୟତା ବଜାୟ ରଖିଛନ୍ତି।

ମହିଳା ୧୦୦ ମିଟରରେ ରାଜ୍ୟର ଅନ୍ୟତମ ସଫଳ କ୍ରୀଡ଼ା ନାୟିକା ଶ୍ରାବଣୀ ନନ୍ଦ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପୁରୁଷ ୨୦୦ ମିଟର ମାନ୍ୟତାରେ ଅମିୟ ଚତୁର୍ଥ ସ୍ଥାନରେ ଅଛନ୍ତି। ଓ୍ଵିଣ୍ଡ୍‌ ଆସିଷ୍ଟେକ୍‌ ମାର୍କରେ ଶ୍ରେଷ୍ଠ ପ୍ରଦର୍ଶନ କରି ଶ୍ରାବଣୀ ଏକନମ୍ବର ସ୍ଥାନ ଅଧିକାର କରିଛନ୍ତି। ସହିଭଳି ୧୦୦ ମିଟର ପ୍ରଦର୍ଶନରେ ସେ ଦୂତିଙ୍କ ପଛକୁ ଦ୍ୱିତୀୟରେ ଥିଲା ବେଳେ ୨୦୦ରେ ଦୂତି ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୧୧୦ ମିଟର ମହିଳା ବାଧାଦୌଡ଼ରେ ପୂର୍ଣ୍ଣିମା ହେମ୍ବ୍ରମ୍‌ ପ୍ରଥମରେ ଥିଲା ବେଳେ ୪୦୦ ମିଟର ବାଧାଦୌଡ଼ରେ ଜଉନା ମୁର୍ମୁ ଦ୍ୱିତୀୟରେ ଅଛନ୍ତି। ଉଭୟ ଗତବର୍ଷ ଆଶା ମୁତାବକ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe