ଦ୍ରୁତ ବୋଲର ମହମ୍ମଦ ସିରାଜ ଡିଏସପି ହେବାପରେ ପୋଷ୍ଟ ସେୟାର କଲେ ଋଷଭ

Advertisment

ମହମ୍ମଦ ସିରାଜଙ୍କୁ  ଅକ୍ଟୋବର ୧୧ରେ ତେଲେଙ୍ଗାନାର ଡିଏସପି ଭାବରେ ନିଯୁକ୍ତ କରାଯାଇଛି। କେବଳ ଏତିକି ନୁହେଁ, ସେ ଡିଏସପି ଭାବରେ ଦାୟିତ୍ବ ଗ୍ରହଣ ବି କରି ସାରିଛନ୍ତି। ପୋଷ୍ଟ ସେୟାର କରି ଋଷଭ ପନ୍ତ ଜଣାଇ‌ଲେ ଶୁଭେଚ୍ଛା।

ମହମ୍ମଦ ସିରାଜଙ୍କୁ  ଅକ୍ଟୋବର ୧୧ରେ ତେଲେଙ୍ଗାନାର ଡିଏସପି ଭାବରେ ନିଯୁକ୍ତ କରାଯାଇଛି। କେବଳ ଏତିକି ନୁହେଁ, ସେ ଡିଏସପି ଭାବରେ ଦାୟିତ୍ବ ଗ୍ରହଣ ବି କରି ସାରିଛନ୍ତି। ପୋଷ୍ଟ ସେୟାର କରି ଋଷଭ ପନ୍ତ ଜଣାଇ‌ଲେ ଶୁଭେଚ୍ଛା।

w


ନୂଆଦିଲ୍ଲୀ: ଭାରତୀୟ ଦଳର ଅଭିଜ୍ଞ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ତେଲେଙ୍ଗାନାର ଡିଏସପି ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।  ମହମ୍ମଦ ସିରାଜଙ୍କୁ  ଅକ୍ଟୋବର ୧୧ରେ ତେଲେଙ୍ଗାନାର ଡିଏସପି ଭାବରେ ନିଯୁକ୍ତ କରାଯାଇଛି। କେବଳ ଏତିକି ନୁହେଁ ସେ ଆଜି  ତେଲେଙ୍ଗାନା ଡିଜିପି ଅଫିସରେ ପହଞ୍ଚି ବିଧିବଦ୍ଧ ଭାବେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ ତେଲେଙ୍ଗାନା ଡିଜିପି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। 

ତେଲେଙ୍ଗାନା ସରକାର ସିରାଜଙ୍କୁ ଗ୍ରେଡ୍ -୧ ଚାକିରି ଦେଇଛନ୍ତି। ସିରାଜ ଏଏସପି ପଦବୀର ଉପରେ ରହି ଏସପିଙ୍କୁ ରିପୋର୍ଟ କରିବେ। ସିରାଜଙ୍କ ୟୁନିଫର୍ମରେ ୩ଟି ଷ୍ଟାର ଖଞ୍ଜା ଯିବ। ସେ ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ତଥା ଜଟିଳ ଅପରାଧ ମାମଲାର ସମାଧାନ କରିବାରେ ଗୁରୁତ୍ବପୂର୍ଣ୍ଣ  ଭୂମିକା ଗ୍ରହଣ କରିବେ।

Rishabh Pant Instagram Story

ଆଗାମୀ ଦିନରେ ସିରାଜଙ୍କୁ ଆଇପିଏସକୁ ପଦୋନ୍ନତି ଦିଆଯାଇପାରେ । ଏହି ପଦବୀର ଜଣେ ଅଧିକାରୀ ହେବା ପାଇଁ ଯେକୌଣସି ପ୍ରାର୍ଥୀଙ୍କୁ ରାଜ୍ୟ ପ୍ରଶାସନିକ ସେବାର ପିସିଏସ୍ ଅର୍ଥାତ୍ ରାଜ୍ୟ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥାଏ କିନ୍ତୁ ସିରାଜଙ୍କ ସଫଳତା ପାଇଁ ଏହି ପଦବୀ ଦିଆଯାଇଛି।

ଋଷଭ ପନ୍ତ ମହମ୍ମଦ ସିରାଜଙ୍କ ଫଟୋ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରି 'ସାଲ୍ୟୁଟ୍ ସାର୍' ଲେଖିଛନ୍ତି।

କ୍ରିକେଟରରୁ ଡିଏସପି ହେବା ଘଟଣା ନୂଆ ନୁହେଁ। ଏହା ପୂର୍ବରୁ  ଟି-୨୦ ବିଶ୍ୱକପ ୨୦୦୭ରେ ଭାରତୀୟ ଦଳ ପାଇଁ ଐତିହାସିକ ଶେଷ ଓଭର ବୋଲିଂ କରିଥିବା ପୂର୍ବତନ କ୍ରିକେଟର ଯୋଗିନ୍ଦର ଶର୍ମା ମଧ୍ୟ ପୁଲିସ ବିଭାଗରେ ଡିଏସପି ଭାବରେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ସେ ହରିୟାଣା ସରକାରଙ୍କ ପାଇଁ ସେବା ଯୋଗାଉଛନ୍ତି।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe