୨୦୧୧ ବିଶ୍ବକପ୍‌ ନକ୍‌ଆଉଟ୍‌ ପରାଜୟ ପର ଘଟଣାକୁ ମନେ ପକାଇଲେ ଡୁ’ପ୍ଲେସିସ୍‌, ମ୍ୟାଚ୍‌ ପରେ ପତ୍ନୀ ଓ ମୋତେ ମିଳିଥିଲା ହତ୍ୟା ଧମକ

Advertisment
ଡୁ’ପ୍ଲେସିସ୍‌ଙ୍କୁ ନେଇ ଚିନ୍ତାରେ ଚେନ୍ନାଇ

ESPNcricinfo.com

ଜୋହାନ୍‌ସବର୍ଗ: ଗତ ୨୦୧୧ ଦିନିକିଆ ବିଶ୍ବକପ୍‌ ବେଳର ଏକ ଘଟଣାକୁ ମନେ ପକାଇଛନ୍ତି ଦକ୍ଷିଣ ଆଫ୍ରିକା ଦଳର ପୂର୍ବତନ ଅଧିନାୟକ ଫାଫ୍‌ ଡୁ’ପ୍ଲେସିସ୍‌। ସେହି ବିଶ୍ବକପ୍‌ର କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୪୯ ରନ୍‌ରେ ନ୍ୟୁଜିଲାଣ୍ଡ୍‌ ନିକଟରୁ ହାରିଯାଇଥିଲା। ୨୨୨ ରନ୍‌ର ପିଛା କରିଥିବା ଗ୍ରେମ୍‌ ସ୍ମିଥ୍‌ଙ୍କ ଦକ୍ଷିଣ ଆଫ୍ରିକା ଦଳ ୪୦ ବଲ୍‌ ପୂର୍ବରୁ ୧୭୨ ରନ୍‌ରେ ସବୁ ୱିକେଟ୍‌ ହରାଇଥିଲା। ମୀରପୁର (ଢାକା)ର ସେର୍‌ ଇ ବଙ୍ଗଲା ନ୍ୟାସ୍‌ନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ସେହି ମ୍ୟାଚ୍‌ରେ ଡୁ’ପ୍ଲେସିସ୍‌ ୬ ନମ୍ବରରେ ବ୍ୟାଟିଂ କରି ୪୩ ବଲ୍‌ରୁ ୩୬ ରନ୍‌ କରିଥିଲେ। ହେଲେ ତାଙ୍କର ସେହି ପାଳି ବୃଥା ଯାଇଥିଲା।

ଫଳରେ ଦକ୍ଷିଣ ଆଫ୍ରିକା ପୁଣି ଥରେ ବିଶ୍ବକପ୍‌ର ଏକ ନକ୍‌ଆଉଟ୍‌ ମ୍ୟାଚ୍‌ ହାରିଯାଇଥିଲା। ତେବେ ଏହି ମ୍ୟାଚ୍‌ ପରେ ମୋର ପତ୍ନୀ ଈମାରି ଭିସେର ଓ ମୋତେ ହତ୍ୟା ଧମକ ମିଳିଥିଲା ବୋଲି କହିଛନ୍ତି ଡୁ’ପ୍ଲେସିସ୍‌। ଦଳ ମ୍ୟାଚ୍‌ ହାରିଯିବା ପରେ ମୋତେ ହତ୍ୟା ଧମକ ମିଳିଥିଲା। ଏହାପରେ ପତ୍ନୀଙ୍କୁ ମଧ୍ୟ। ଆମେ ସାମାଜିକ ଗଣମାଧ୍ୟମରୁ ଏହା ଅବଗତ ହେବା ପରେ ବାହାରକୁ ପଳାଇଥିଲୁ। ଯାହାକ କି ଗୋପନ ରଖିଥିଲୁ। ସେତେବେଳେ ଅନେକ ଧମକଚମକ ପାଇଥିଲୁ। ହେଲେ ବାହାରେ ପ୍ରକାଶ କରିବାକୁ ସାହାସ କରିପାରିନଥିଲି ବୋଲି କହିଛନ୍ତି ଡୁ’ପ୍ଲେସିସ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe