ମୁମ୍ବାଇ ମାରାଥନ୍‌ରେ ଦୁଃଖିଶ୍ୟାମ ଦ୍ବିତୀୟ

ଓଡ଼ିଶାର ଭେଟେରାନ୍ ମାରାଥନ୍ ଧାବକ ଦୁଃଖିଶ୍ୟାମ ପାଢ଼ୀ ତାଙ୍କ ଲମ୍ବା ଖେଳ ଜୀବନରେ ‌ଗତ ରବିବାର ସବୁଠୁ ବଡ଼ ସଫଳତା ପାଇଛନ୍ତି। ବିଶ୍ବର ଶ୍ରେଷ୍ଠ ୧୦ ମାରାଥନ୍ ଇଭେଣ୍ଟ୍ ମଧ୍ୟରେ ଗଣାଯାଉଥିବା ଟାଟା ମାରାଥନ୍‌ର ୭୫ ବର୍ଷରୁ ଊର୍ଧ୍ବ ବୟସ ବର୍ଗରେ ଦ୍ବିତୀୟ...

dadadaad

ଭୁବନେଶ୍ବର: ଓଡ଼ିଶାର ଭେଟେରାନ୍ ମାରାଥନ୍ ଧାବକ ଦୁଃଖିଶ୍ୟାମ ପାଢ଼ୀ ତାଙ୍କ ଲମ୍ବା ଖେଳ ଜୀବନରେ ‌ଗତ ରବିବାର ସବୁଠୁ ବଡ଼ ସଫଳତା ପାଇଛନ୍ତି। ବିଶ୍ବର ଶ୍ରେଷ୍ଠ ୧୦ ମାରାଥନ୍ ଇଭେଣ୍ଟ୍ ମଧ୍ୟରେ ଗଣାଯାଉଥିବା ଟାଟା ମାରାଥନ୍‌ର ୭୫ ବର୍ଷରୁ ଊର୍ଧ୍ବ ବୟସ ବର୍ଗରେ ଦ୍ବିତୀୟ ସ୍ଥାନରେ ରହି ପୋଡ଼ିୟମ ଫିନିସ୍ କରିବାର ବିରଳ ଓଡ଼ିଆ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଶେଷ ଥର ପାଇଁ ଜଣେ  ଓଡ଼ିଆ ଭାବେ ମାନବଘୋଡ଼ା ବିବେକାନନ୍ଦ ତ୍ରିପାଠୀ ୨୦୧୩ ଷ୍ଟାଣ୍ଡାର୍ଡ ଚାର୍ଟାଡ୍‌ ମୁମ୍ବାଇ ମାରାଥନ୍‌ରେ ସୁପର୍ ଭେଟେରାନ୍ ମେନ୍‌ ବର୍ଗରେ ଦ୍ବିତୀୟ ସ୍ଥାନ ଦଖଲ କରିଥିଲେ। ସେତେବେଳେ ସେ ରେକର୍ଡ ୨ ଘଣ୍ଟା ୨୬ ମିନିଟରେ ମାରାଥନ୍ ଶେଷ କରିଥିଲେ। ଏହି ସଫଳତାର ୧୨ ବର୍ଷ ପରେ ଦୁଃଖିଶ୍ୟାମ ପାଢ଼ୀ ମୁମ୍ବାଇ ମାରାଥନ୍‌ର ୪୨ କିଲୋମିଟର ୧୯୫ ମିଟର ପଥକୁ ୫ ଘଣ୍ଟା ୫ ମିନିଟ୍‌ ୪୮ ସେକେଣ୍ଡ୍‌ରେ ଶେଷ କରିଛନ୍ତି। ପ୍ରଥମ ରନର୍ ଅପ୍ ତଥା ଦ୍ବିତୀୟ ସ୍ଥାନ ଦଖଲ କରି ପଦକ, ପ୍ରମାଣପତ୍ର ଓ ଆର୍ଥିକ ପୁରସ୍କାର ପାଇଛନ୍ତି। 

ବିଳମ୍ବରେ ମାରାଥନ୍ ଦୁନିଆକୁ ଆସିଥିବା ଦୁଃଖିଶ୍ୟାମ ୨୦୧୬ରୁ ୨୦୨୫ ମସିହାର ୮ ବର୍ଷର ଯାତ୍ରାରେ ମୋଟ ୧୧୪ ରନିଂ ଇଭେଣ୍ଟ୍‌ରେ ଭାଗ ନେଇ ଏକ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ଏହା ମଧ୍ୟରେ ଫୁଲ୍ ମାରାଥନ୍, ହାଫ୍‌ ମାରାଥନ୍‌, ୨୫ କିଲୋମିଟର, ୧୦ କିଲୋମିଟର୍‌ ଆଦିରେ ଦେଶର ୨୪ ରାଜ୍ୟରେ ଅଂଶଗ୍ରହଣ କରି ୩୭ଟିରେ ପୋଡ଼ିୟମ୍‌ ଫିନିସ୍ କରିବାର ଗୌରବ ଅର୍ଜନ ପାଇଛନ୍ତି। ଯାହାକୁ ଯୁବ ପିଢ଼ି ପାଇଁ ବର୍ଷ ବର୍ଷ ଧରି ପ୍ରେରଣାର ଉତ୍ସ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe