ବୟସ ହାର ମାନିଛି : ୭୦ ବର୍ଷରେ ଦୁଃଖିଶ୍ୟାମ ଜିତିଲେ ଜୀବନର ୫୦ତମ ମାରାଥନ୍

Advertisment
ବୟସ ହାର ମାନିଛି : ୭୦ ବର୍ଷରେ ଦୁଃଖିଶ୍ୟାମ ଜିତିଲେ ଜୀବନର ୫୦ତମ ମାରାଥନ୍

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ବର୍ଷିୟାନ ମାରାଥନର୍‌ ଦୁଃଖିଶ୍ୟାମ ପାଢ଼ୀ ନିଜର ସଂକ୍ଷିପ୍ତ କ୍ରୀଡ଼ା ଜୀବନରେ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଗତ ରବିବାର କୋଲ୍‌କାତାରେ ଅନୁଷ୍ଠିତ ଟାଟା ଷ୍ଟିଲ୍‌ କୋଲକାତା ମାରାଥନ୍‌ କେବଳ ତାଙ୍କ ପାଇଁ ଅର୍ଧଶତକ (୫୦ତମ) ଅଂଶଗ୍ରହଣ ନ ଥିଲା। ଏଠାରେ ନିଜକୁ ପୋଡିୟମ୍‌ ଫିନିସ୍‌ କରାଇ ମଧ୍ୟ ସଫଳତାର ନୂଆ ପାହାଚ ଚଢ଼ିଛନ୍ତି। ଚଳିତ ବର୍ଷ ଜୁନ୍‌ ମାସରେ ୭୦ ବର୍ଷ ଅତିକ୍ରମ କରିଥିବା ଦୁଃଖିଶ୍ୟାମ ନୂଆ ବୟସ ବର୍ଗରେ ପ୍ରଥମ ପ୍ରତିଯୋଗିତାରେ ହିଁ ଦ୍ବିତୀୟ ସ୍ଥାନ ଦଖଲ କରିବାର ଗୌରବ ଅର୍ଜନ କରିଛନ୍ତି।

ବହୁ ବିଳମ୍ବରେ ମାରାଥନ୍ ଦୁନିଆକୁ ଆସିଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳ ଅନ୍ତର୍ଗତ ତହାର ଗ୍ରାଁର ଦୁଃଖିଶ୍ୟାମ ୨୦୧୬ ମସିହାରେ ମାରାଥନ୍ ଅଭିଯାନ ଆରମ୍ଭ କରି ଏବେ ୪ ବର୍ଷ ଭିତରେ ୫୦ ମାରାଥନ୍‌ରେ ଅଂଶ୍ରଗହଣ କରି ସାରିଛନ୍ତି। ୧୪ ରାଜ୍ୟ ଏବଂ ୨୨ ସହରରେ ଅନୁଷ୍ଠିତ ବିଭିନ୍ନ ସ୍ବୀକୃତିପ୍ରାପ୍ତ ମାରାଥନ୍‌ରେ ଦୁଃଖିଶ୍ୟାମ ନିଜ ନିଶାକୁ ସାକାର ରୂପ ଦେଇଛନ୍ତି। ଏହି ଅର୍ଧଶତକୀୟ ମାରାଥନ ମଧ୍ୟରୁ ଦୁଃଖିଶ୍ୟାମ ୧୮ ଥର ପୋଡିୟମ୍‌ରେ ଛିଡ଼ା ହେବାର ଗୌରବ ମଧ୍ୟ ଆଣିଛନ୍ତି। ଯେଉଁଥିରେ ୪ ଥର ପ୍ରଥମ ସ୍ଥାନ, ୧୧ ଥର ଦ୍ବିତୀୟ ସ୍ଥାନ ଏବଂ ୩ ଥର ତୃତୀୟ ସ୍ଥାନ ଦଖଲ କରିଛନ୍ତି।

publive-image

ଏଥର କୋଲକାତାରେ ଦୁଃଖିଶ୍ୟାମ ୨୫ କିଲୋମିଟର୍‌ ପଥକୁ ୨ ଘଣ୍ଟା ୨୯ ମିନିଟ୍‌ ୨୪ ସେକେଣ୍ଡ୍‌ରେ ଶେଷ କରିଥିଲେ। କୁମାର ରାଓ ନାମକ ଅନ୍ୟଜଣେ ପ୍ରତିଯୋଗୀ ମାତ୍ର ୧୬.୪୫ ମିନିଟ୍‌ କମ୍‌ ନେଇ ପ୍ରଥମ ସ୍ଥାନରେ ରହିଥିଲେ। ପୁରସ୍କାର ବାବଦରେ ଦୁଃଖିଶ୍ୟାମଙ୍କୁ ୧୫,୦୦୦ ଟଙ୍କା, ପଦକ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe