Outlook India
କୋଏମ୍ବାଟୁର: ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ମଧ୍ୟରେ ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଛି ୫ ଦିନିଆ ଦଲିପ ଟ୍ରଫି ଫାଇନାଲ୍ ମୁକାବିଲା। ଟସ୍ ଜିତି ପଶ୍ଚିମାଞ୍ଚଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଦକ୍ଷିଣାଞ୍ଚଳ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁଁ ଏକ ସମୟରେ ୧୬/୩ରେ ସଂଘର୍ଷ କରିଥିବା ପଶ୍ଚିମାଞ୍ଚଳ ୯୯ ରନ୍ ବେଳକୁ ଅଧା ବ୍ୟାଟର୍ଙ୍କୁ ହରାଇ ଦେଇଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ (୮), ପ୍ରିୟଙ୍କ ପାଞ୍ଚଲ (୭) ଓ ଯଶ୍ବସ୍ବୀ ଜୟସ୍ବାଲ (୧) ପୂରା ନିରାଶ କରିଥିଲେ। ଶ୍ରେୟସ ଆୟର (୩୭) ଏବଂ ସର୍ଫରାଜ ଖାନ୍ (୩୪) କିଛି ସମୟ ଲଢ଼ିଥିଲେ ମଧ୍ୟ ରବିଶ୍ରୀନିବାସନ ସାଇ କିଶୋର (୩/୮୦), ବାସିଲ ଥାମ୍ପି (୨/୪୨), ଚିପୁରାପଲି ଷ୍ଟିଫେନ୍ (୨/୩୯) ଓ କୃଷ୍ଣପ୍ପା ଗୌତମ (୧/୭୩)ଙ୍କ ବୋଲିଂ ନିକଟରେ ବେଶି ସମୟ ତିଷ୍ଠି ପାରିନଥିଲେ। ହେଲେ ୱିକେଟ୍ରକ୍ଷକ ହେଟ୍ ପଟେଲ ଏକାକୀ ଲଢ଼ି ପାଳିକୁ ଆଗେଇ ନେଇଥିଲେ। ସେ ୯୬ ରନ୍ରେ ଅପରାଜିତ ରହିଥିଲା ବେଳେ ନିମ୍ନକ୍ରମରେ ତାଙ୍କୁ ଭଲ ସହାୟତା ଦେଇଥିଲେ ଅତିତ ସେଠ୍ (୨୫) ଏବଂ ଜୟଦେବ ଉନାଦ୍କଟ୍ (୩୯*)। ହେଟ୍ ପଟେଲ ଏବଂ ଉନାଦ୍କଟ୍ ଅସମାପ୍ତ ନବମ ୱିକେଟ୍ରେ ୮୩ ରନ୍ ଯୋଡ଼ିବାରୁ ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ପଶ୍ଚିମାଞ୍ଚଳ ୮ ୱିକେଟ୍ ବିନିମୟରେ ୨୫୦ ରନ୍ କରିପାରିଛି।
Follow Us