ଦୂତିଙ୍କ ପାଇଁ ୧୦୦ ମିଟର ଆକର୍ଷଣ ବଢ଼ିଛି

Advertisment

ପିଟି ଉଷା

ପିଟି ଉଷା

କରୋନା କଟକଣା, ଅଲିମ୍ପିକ୍‌ କ୍ବାଲିଫାୟରରୁ ବଞ୍ଚିତ ହେବେ ଦୂତି!

image source--the hindu

ଓଡ଼ିଶାରୁ ପ୍ରଥମ ସଂସ୍କରଣ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଯେଭଳି ଭାବେ ଶୁଭାରମ୍ଭ କରିଛି, ମୁଁ ଭାବୁଛି ଏହା ଠିକଣା ଦିଗରେ ରହିଛି। ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ା ଏବଂ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ତୃଣମୂଳସ୍ତରରୁ ପ୍ରତିଭା ଅନ୍ବେଷଣର ମାଧ୍ୟମ ହୋଇଛି। ଏବେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ସେମାନଙ୍କୁ ଶୀର୍ଷରେ ପହଞ୍ଚିବାକୁ ପ୍ଲାଟଫର୍ମ ଯୋଗାଇଛି। ଦୌଡ଼କୁଦ ଭଳି ପ୍ରତ‌ିଯୋଗିତାରେ କନିଷ୍ଠ ବର୍ଗରୁ ବରିଷ୍ଠ ବର୍ଗକୁ ଯିବାର ଅବଧି ସବୁବେଳେ କଷ୍ଟକର ଥାଏ। ବିକଶିତ ହେବା ଲାଗି ସମୟ ଲାଗିଥାଏ। ବିଶ୍ବବିଦ୍ୟାଳୟ କ୍ରୀଡ଼ା ଏବେ ସେହି ପ୍ରତିଯୋଗିତା ଯେଉଁଟା ଏକାଗ୍ର ରହିବା ଓ ଆତ୍ମବିଶ୍ବାସ ବଢ଼ାଇବା ଲାଗି ସମୟ ଓ ସ‌ୁଯୋଗ ଦେବ। ତାରକା ଧାବିକା ଦୂତି ଚାନ୍ଦଙ୍କୁ ଏହି ଅଗ୍ରଗତି ଯାତ୍ରାର ଶ୍ରେଷ୍ଠ ଉଦାହରଣ ଭାବେ ନିଆଯାଇପାରିବ। ସେ ଯେତେବେଳେ ଗତବର୍ଷ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିବାକୁ ସଂଘର୍ଷ କରୁଥିଲେ ଇଟାଲିରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନ୍ବିତ କରିଥିଲେ। ଏହା ତାଙ୍କୁ ବିଶ୍ବସ୍ତରୀୟ ତାଲିମ ଏବଂ ପ୍ରତିଦ୍ବନ୍ଦ୍ବିତା ଲାଗି ଆତ୍ମବିଶ୍ବାସ ଦେଇଥିବ। ଏବେ ଦୂତି ଆୟୋଜକ କିଟ୍‌ ବିଶ୍ବବିଦ୍ୟାଳୟର ପ୍ରତିନିଧିତ୍ବ କରୁଥିବାରୁ ସ୍ବାଭାବିକ ଭାବେ ତାରକା ଆକର୍ଷଣ ରହିବେ। ଦୂତିଙ୍କ ପାଇଁ ମଧ୍ୟ ୧୦୦ ମିଟର୍‌ ଦୌଡ଼ ଆକର୍ଷଣ ବଢ଼ିଛି। ମୁଁ କିନ୍ତୁ କୋଟ୍ଟାୟାମ୍‌ର ଏମ୍‌ଜି ବିଶ୍ବବିଦ୍ୟାଳୟ ପ୍ରତିଭା ଏନ୍‌ଏସ୍‌ ସିମିଙ୍କ ପ୍ରଦର୍ଶନକୁ ଅପେକ୍ଷା କରିଛି। ନିକଟରେ ଅନ୍ତଃବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସିମି ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୦ରେ ମଧ୍ୟ ସେ ୧୧.୫୬ ସେକେଣ୍ଡ୍ ସମୟ ନେଇ ମାଙ୍ଗାଲୋରରେ ଅନ୍ତଃବିଶ୍ବବିଦ୍ୟାଳୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ସିମିଙ୍କ ଉତ୍‌ଥାନ ମଧ୍ୟ ଭାରତର ୪ ଗୁଣା ୧୦୦ ମିଟର୍‌ ରିଲେ ଦଳକୁ ଉଚ୍ଚମାନର କରିପାରିବ। ଅନ୍ୟତମ ଉଦୀୟମାନ ପ୍ରତିଭା ହେଲେ ପୁନେ ବିଶ୍ବବିଦ୍ୟାଳୟର ଆରତି ପାଟିଲ୍‌, ଯିଏ ଲମ୍ବା ଦୂରତା ଦୌଡ଼ରେ ଭାଗ ନେଉଛନ୍ତି। ତାଙ୍କୁ ଆମେ ଦେଶର ପରବର୍ତୀ କବିତା ରାଉତ ଓ ଲଳିତା ବାବର ଭାବେ ଗଢ଼ିପାରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe