ପ୍ରଥମ ଓଡ଼ିଆ ଭାବେ ‘ଭୋଗ୍’ ପତ୍ରିକାର ଦୂତି ଚାନ୍ଦ

Advertisment
ପ୍ରଥମ ଓଡ଼ିଆ ଭାବେ ‘ଭୋଗ୍’ ପତ୍ରିକାର ଦୂତି ଚାନ୍ଦ

ପ୍ରସିଦ୍ଧ ‘ଭୋଗ୍’ ପତ୍ରିକାର ପ୍ରଚ୍ଛଦରେ ସ୍ଥାନ ପାଇଛନ୍ତି ଦୌଡ଼ରାଣୀ ଦୂତି ଚାନ୍ଦ। ପ୍ରଥମ ଓଡ଼ିଆ ଭାବେ ସେ ଏହି ସମ୍ମାନ ସାଉଣ୍ଟିଛନ୍ତି। ପତ୍ରିକା ଦୂତିଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ମହିଳା ଭାବେ ଚିତ୍ରଣ କରିଛି। ଏଥିନେଇ ଶନିବାର ଆୟୋଜିତ ଉତ୍ସବରେ ତାଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ଦୂତିଙ୍କ ସହ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନ୍ କୈଫ, କାଲକି କୋଚେଲିନ୍, ଅନୁଷ୍କା ଶର୍ମା, ଲୋକପ୍ରିୟ ଅଭିନେତା ରଣବୀର ସିଂହ, ନିର୍ଦେଶକ କବୀର ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତେ ଦୂତିଙ୍କୁ ପାଖରେ ପାଇ ଉଲ୍ଲସିତ ହୋଇ ତାଙ୍କ ସହ ଏକାଧିକ ଫଟୋ ଉଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe