ଏସୀୟ କ୍ରୀଡ଼ା: ଦୂତି ଚାନ୍ଦଙ୍କୁ ରୌପ୍ୟ ପଦକ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଏସୀୟ କ୍ରୀଡ଼ା: ଦୂତି ଚାନ୍ଦଙ୍କୁ ରୌପ୍ୟ ପଦକ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଚାଲିଥିବା ୧୮ ତମ ଏସୀୟ କ୍ରୀଡ଼ାରେ ଓଡ଼ିଆ ଝିଅ ଦୂତି ଚାନ୍ଦ ଚମକ ପ୍ରଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବର ଅଷ୍ଟମ ଦିନରେ ରବିବାର ଦୂତି ଚାନ୍ଦ ଫାଇନାଲରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ୧୧.୩୨ ସେକେଣ୍ଡରେ ୧୦୦ ମିଟର ଦୌଡ଼ ପୂରା କରି ଏହି ପଦକ ଜିତିଛନ୍ତି।

publive-image

ପୂର୍ବରୁ ସେମିଫାଇନାଲ ମୁକାବିଲାରେ ଦୂତି ମହିଳା ୧୦୦ ମିଟର ଟ୍ରାକ ଫାଇନାଲରେ ପ୍ରବେଶ କରିଥିଲେ। ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଦୂତି ୧୦୦ ମିଟର ଟ୍ରାକ୍‌ ହିଟ୍‌-୨ରେ ୧୧.୪୩ ସେକେଣ୍ଡରେ ନିଜର ଲକ୍ଷ୍ୟ ପୂରା କରିଥିଲେ। ଦୂତି ଶନିବାର ସେମିଫାଇନାଲରେ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ସେମି ଫାଇନାଲରେ ପ୍ରବେଶ କରିଥିଲେ।

ରୌପ୍ୟ ପଦକ ଜିତିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦୂତି ଚାନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତି ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନବୀନ କହିଛନ୍ତି, ଭାରତ ପାଇଁ ରୌପ୍ୟ ପଦକ ଆଣିଥିବାରୁ ପ୍ରତ୍ୟେକ ଓଡ଼ିଆ ଗର୍ବ ଅନୁଭବ କରୁଛନ୍ତି।

ଭାରତର ହିମା ଦାସ ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ଅନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବର ଅଷ୍ଟମ ଦିନରେ ରବିବାର ହିମା ଦାସ ମହିଳା ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ହିମା ଜିବିକେ ଷ୍ଟାଡିୟମରେ ରବିବାର ଆୟୋଜିତ ଫାଇନାଲ ୫୦.୭୯ ସେକେଣ୍ଡରେ ଲକ୍ଷ୍ୟ ପୂରା କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ଏସୀୟ କ୍ରୀଡ଼ାରେ ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କ ସଫଳତାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗର୍ବ ଅନୁଭବ କରିଛନ୍ତି। ସେ ଦୂତି ଚାନ୍ଦଙ୍କୁ ଟୁଇଟର ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି। ଧର୍ମେନ୍ଦ୍ର ଲେଖିଛନ୍ତି, ୧୯୮୬ ପରେ ଏସୀୟ କ୍ରୀଡ଼ାରେ ପ୍ରଥମ ଥର ପାଇଁ ୧୦୦ ମିଟର ମହିଳା ଦୌଡ଼ରେ ପଦକ ମିଳିଛି। ଏହା ଆମ ପାଇଁ ଗୌରବର ବିଷୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe