ଆଜି ପୁରସ୍କୃତ ହେବେ ଦୂତି, ସତ୍ୟ ଓ ଜୟନ୍ତୀ

Advertisment
ଆଜି ପୁରସ୍କୃତ ହେବେ ଦୂତି, ସତ୍ୟ ଓ ଜୟନ୍ତୀ

ଭୁବନେଶ୍ବର : ଶନିବାର କୋଲକାତା ସାଇ କେନ୍ଦ୍ର ଠାରେ ଅର୍ଜୁନ ପୁରସ୍କାର ଗ୍ରହଣ କରିବେ ଦେଶର ‌ଦ୍ରୁତତମ ଧାବିକା ଦୂତି ଚାନ୍ଦ। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରୁ ଭର୍ଚୁଆଲ ମୋଡ୍‌ରେ ପ୍ରଦାନ କରାଯିବାକୁ ଥିବା ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବରେ ଦୂତି ଅନ୍ୟତମ କ୍ରୀଡ଼ାବିତ୍‌ ରହିଛନ୍ତି। ଅନ୍ୟପକ୍ଷରେ ପାରା ଆଥଲେଟ୍ ଜୟନ୍ତୀ ବେହେରା ଓ ପ୍ରତିଷ୍ଠିତ ଚେସ୍ ଗୁରୁ ସତ୍ୟ ରଞ୍ଜନ ପଟ୍ଟନାୟକ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଶନିବାର ଗ୍ରହଣ କରିବେ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର ଉତ୍ସବରେ ଏହା ପ୍ରଦାନ କରାଯିବ। ଉଭୟ ୨୦୧୯ ବର୍ଷ ପାଇଁ ଏହି ପୁରସ୍କାର ପାଇବେ। ବିଜୁ ପୁରସ୍କାର ପ୍ରଦାନ କରାଯାଉଥିବା ଅନ୍ୟ ତିନି ବର୍ଗ ଲାଇଫ୍ ଟାଇମ୍ ଆଚିଭ‌ମେଣ୍ଟ୍, କ୍ରୀ଼଼଼଼ଡା େପ୍ରାତ୍ସାହକ ଓ ଶ୍ରେଷ୍ଠ ସାମ୍ବାଦିକ ବର୍ଗ ନେଇ ଚଳିତ ବର୍ଷ କାହାରିକୁ ବଛାଯାଇ ନାହିଁ। ସୂଚନାଯୋଗ୍ୟ ଯେ ଜୟନ୍ତୀ ଇଣ୍ଡୋନେସିଆର ଜାକର୍ତାଠାରେ ଆୟୋଜିତ ହୋଇଥିବା ୨୦୧୮ ଏସୀୟ ପାରା କ୍ରୀଡ଼ାର ୪୦୦ ଓ ୨୦୦ ମିଟରରେ ଯଥାକ୍ରମେ ‌ରୌପ୍ୟ ଓ କାଂପ୍ୟ ପଦକ ଜିତିଥିଲେ। ସେ ମଧ୍ୟ ଗତ ଦୁଇ ତିନି ବର୍ଷ ହେବ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ଅନ୍ୟ ପକ୍ଷରେ ସତ୍ୟରଞ୍ଜନଙ୍କ ପ୍ରଶିକ୍ଷଣରେ ଓଡ଼ିଶାକୁ ଅନେକ ତାରକା ଚେସ୍ ଖେଳାଳି ମିଳିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe