କସନୋଭ ଅନ୍ତର୍ଜାତୀୟ ଦୌଡ଼କୁଦ‌ରେ ଦୂତିଙ୍କୁ ୨ ରୌପ୍ୟ

Advertisment
କସନୋଭ ଅନ୍ତର୍ଜାତୀୟ ଦୌଡ଼କୁଦ‌ରେ ଦୂତିଙ୍କୁ ୨ ରୌପ୍ୟ

ଭୁବନେଶ୍ବର: କାଜାଖସ୍ଥାନର ଅଲମାଟିଠାରେ ଆୟୋଜିତ କସନୋଭ ସ୍ମାରକୀ ଅନ୍ତର୍ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ଦୁଇଟି ରୌପ୍ୟ ପଦକ ମିଳିଛି। ମହିଳା ୧୦୦ ମିଟର ଫାଇନାଲ୍‌ରେ ୧୧.୪୯ ସେକେଣ୍ଡ ସମୟ ସହ ରୌପ୍ୟ ପଦକ ହାସଲ କରିଥିଲେ। ସେହିଭଳି ୪ ଗୁଣା ୧୦୦ ରିଲେରେ ଭାରତୀୟ ଦଳ ୪୫.୨୫ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ଜିତିଥିଲା। ଦୂତି ଭାରତୀୟ ରିଲେ ଦଳର ଅନ୍ୟତମ ସଦସ୍ୟ ଥିଲେ। ଏହା ପୂର୍ବରୁ ଦୂତି ୧୧.୩୮ ସେକେଣ୍ଡ ସମୟ ସହ ମହିଳା ୧୦୦ ମିଟରର ଫାଇନାଲ୍‌ରେ ପ୍ରବେଶ କରିଥିଲେ। ନିଜ ହିଟ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେ। ସୂଚନାଯୋଗ୍ୟ ଯେ ଏହି କସନୋଭ ଦୌଡ଼କୁଦ ପ୍ରତିଯୋଗିତା ଜରିଆ‌ରେ ହିଁ ଦୂତି ପ୍ରଥମ ଥର ଲାଗି ଅଲିମ୍ପିକ୍ସ (ରିଓ, ବ୍ରାଜିଲ) ଯୋଗ୍ୟତା ଅର୍ଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe