ଗୁରୁ ଦିବସରେ ଗୁରୁଙ୍କୁ ମନେ ପକାଇଲେ ଦୂତି

ଗୁରୁ ଦିବସରେ ଗୁରୁଙ୍କୁ ମନେ ପକାଇଲେ ଦୂତି

ଭୁବନେଶ୍ବର: ଗୁରୁ ଦିବସରେ ପୂଜ୍ୟ ଗୁରୁଙ୍କୁ ମନେପକାଇଛନ୍ତି ଧାବିକା ଦୂତି ଚାନ୍ଦ। ରବିବାର ଫେସବୁକ୍‌ ପୋଷ୍ଟରେ ଗୁରୁଙ୍କୁ ପ୍ରଣାମ ଜଣାଇଛନ୍ତି ସେ। ଭଉଣୀ ସରସ୍ବତୀ ଚାନ୍ଦ, ପିତା-ମାତା, ଅଚ୍ୟୁତ ସାମନ୍ତ ଓ ପ୍ରଶିକ୍ଷକଙ୍କୁ ମନେ ପକାଇଛନ୍ତି ଦୂତି। ‘‘ଖେଳ ଜୀବନରେ ମୋ ବଡ ଭଉଣୀଠାରୁ ବହୁତ କିଛି ଶିଖିଛି। ସେ ମୋ ଗୁରୁ। ଆମ ଭିତରେ ଯେତେ ସମସ୍ୟା ଥିଲେ ବି ସେ ମୋ ଭଉଣୀ। କ୍ରୀଡାବିତ୍‌ ହିସାବରେ ଯିଏ ମୋତେ ପ୍ରୋତ୍ସାହନ ଦେଇଛି ସିଏ ମୋ ଗୁରୁ। ମୋ ବାପା ମା’ ମୋତେ ଜନ୍ମ ଦେଇ ସତ୍‌ମାର୍ଗ ଦେଖାଇଛନ୍ତି। ପ୍ରଶିକ୍ଷକ ନୀଳମାଧବ ଦେଓ ଓ ଚିତ୍ତରଞ୍ଜନ ମହାପାତ୍ର, ନାଗପୁରୀ ରମେଶ ଏବଂ ଶିବ ମିଶ୍ରଙ୍କଠାରୁ ଅନେକ କିଛି ଶିଖିଛି । ଅଚ୍ୟୁତ ସାମନ୍ତ ସାର୍‌ ମତେ ଦିଗଦର୍ଶନ ଦେଇଛନ୍ତି। ଏମାନେ ମୋ ଗୁରୁ। ଆମ ପରିବାର ଭିତରେ ଫାଟ କରିବାକୁ ଚାହୁଁଥିବା ବ୍ୟକ୍ତି ଜାଣିବା ଦରକାର ଏମାନେ ମୋର ସବୁକିଛି’’ ବୋଲି କହିଥିଲେ ଦୂତି। ସମସ୍ତଙ୍କୁ ପ୍ରଣାମ ଓ ଅଭିନନ୍ଦନ ମଧ୍ୟ ଜଣାଇଥିଲେ ସେ।

ଦୂତି ଫେସ୍‌ବୁକ୍‌ ପୋଷ୍ଟରେ ଆହୁରି ଲେଖିଥି‌େଲ ଯେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବେ ମହେଶ୍ବରଃ। ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁ ଦିବସ ଅବସରରେ ସମସ୍ତଙ୍କୁ ପ୍ରଣାମ ଏବଂ ଅଭିନନ୍ଦନ। ଯିଏ ତୁମକୁ ପସନ୍ଦ କରୁଥିବ ତାଙ୍କୁ ବୁଝାଇବାକୁ ପଡ଼ିବନି। ଯିଏ ତୁମକୁ ପସନ୍ଦ ନ କରୁଛନ୍ତି ତାକୁ ଯେତେ ବୁଝାଇଲେ ବି ସେ ବୁଝିବେନି, ପରସ୍ପର ପ୍ରତି ବିଶ୍ବାସ, ସ୍ନେହ, ଶ୍ରଦ୍ଧା ଭଲପାଇବା ଓ ସମ୍ମାନ ରହିବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe