ଭୁବନେଶ୍ୱର: ଇ-ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଦୁଇ ଦିନିଆ ଫାଇନାଲ ଶନିବାରଠାରୁ ଆରମ୍ଭ ହୋଇଛି। ପ୍ରତ୍ୟେକ ଫାଇନାଲିଷ୍ଟ ଦୁଇଟି ଲେଖାଏଁ ପାଳି ଖେଳିବାକୁ ଥିବା ଏହି ଫାଇନାଲ୍ ମ୍ୟାଚ୍ର ପ୍ରଥମ ଦିନରେ ଭୁବନେଶ୍ୱର କଲ୍ଟ ପ୍ରତିପକ୍ଷ ବିଏସଏନ୍ଏଲ୍ ଦଳର ଘାତକ ବୋଲିଂର ସମ୍ମୁଖୀନ ହୋଇ ନପାରି ମାତ୍ର ୯୩ ରନ୍ରେ ଅଲଆଉଟ୍ ହୋଇ ଯାଇଥିଲା। ବିଏସଏନ୍ଏଲ୍ ଅଲରାଉଣ୍ଡର ତଥା ରଣଜୀ ତାରକା ନିରଂଜନ ବେହେରା ମାତ୍ର ୮ ରନ୍ ଦେଇ ଭୁବନେଶ୍ୱର ଦଳର ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇ ଦେଇଥିଲେ। କୁନାଲ ମଲ୍ଲିକ ୩୦, ରାଜେଶ ମହାନ୍ତି ୨୮ ରନ୍ କରିଥିଲେ। ନିରଂଜନଙ୍କ ଛଡ଼ା ସଂଜୟ ଶତପଥୀ ଦୁଇଟି ଓ୍ଵିକେଟ୍ ନେଇଥିଲା ବେଳେ ପ୍ରଦୀପ ପ୍ରଧାନ ଓ ଟୁକୁନା ସାହୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ କରାୟତ କରିଥିଲେ। ଏହାର ଜବାବରେ ବିଏସଏନଏଲ୍ ଆଜିର ଖେଳ ବନ୍ଦ ବେଳକୁ ୨ ଓ୍ଵିକେଟ୍ ହରାଇ ୧୨୬ ରନ୍ କରି ନେଇଛି। ସାନ୍ତନୁ ମିଶ୍ର ୬୬ ଓ ସୌମ୍ୟ ରଞ୍ଜନ ପୃଷ୍ଟି ୧୨ ରନ୍ କରି ଆଉଟ୍ ହୋଇ ଯାଇଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ନିରଞ୍ଜନ ୩୦ ଓ ପ୍ରତୀକ ଦାସ ୧୦ ରନ୍ କରି ଅପରାଜିତ ରହିଛନ୍ତି। ଦେବାଶିଷ ସାମନ୍ତରାୟ ୯ ରନ୍ ଦେଇ ଏବଂ ସୁବ୍ରତ ବେହେରା ୨୩ ରନ୍ ଲେଖାଏଁ ଦେଇ ଗୋଟିଏ ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ।
ଇ-ଲିଗ୍ ଫାଇନାଲ୍ରେ ନିରଂଜନ (୫/୮)ଙ୍କ ଯାଦୁ
Advertisment
Follow Us