କଟକ: ଚେନ୍ନାଇରେ ଚାଲିଥିବା ଅନ୍ତଃଜୋନ୍ କନିଷ୍ଠ ମହିଳା କ୍ରିକେଟ୍ ଦିନିକିଆ ପ୍ରତିଯୋଗିତାରେ ପୂର୍ବାଞ୍ଚଳ ଲଗାତର ଚତୁର୍ଥ ମ୍ୟାଚ୍ରେ ବିଜୟୀ ହୋଇଛି। ସୋମବାର ପୂର୍ବାଞ୍ଚଳ ୧ ଓ୍ଵିକେଟ୍ରେ ପଶ୍ଚିମାଞ୍ଚଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପଶ୍ଚିମାଞ୍ଚଳ ନିର୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୧୬୮ ରନ୍ ସଂଗ୍ରହ କରିଥିଲା। ଅଦିତି ଗାଏକ୍ୱାଡ୍ ସର୍ବାଧିକ ୪୨ ରନ୍ ସଂଗ୍ରହ କରିଥିଲା ବେଳେ ପୂର୍ବାଞ୍ଚଳର ଓଡ଼ିିଆ ଝିଅ ତଥା କିଟ୍ ପ୍ରତିଭା ଇନ୍ଦ୍ରାଣୀ ଛତ୍ରିଆ ୪ ଓ୍ଵିକେଟ୍ ନେଇଥିଲେ। ଶ୍ରେୟା କକ୍କର ୩ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ଜବାବରେ ପୂର୍ବାଞ୍ଚଳ ଗାୟତ୍ରୀ ଗୁରୁଙ୍ଗଙ୍କ ଅର୍ଧଶତକ (୭୨) ସହାୟତାରେ ମ୍ୟାଚ୍କୁ ୪୮.୨ ଓଭରରେ ଜିତିପାରିଥିଲା। ଆସନ୍ତା ୨୫ ତାରିଖରେ ପୂର୍ବାଞ୍ଚଳର ଶେଷ ମ୍ୟାଚ୍ କେନ୍ଦ୍ରାଞ୍ଚଳ ସହିତ ଅନୁଷ୍ଠିତ ହେବ।
ଅନ୍ତଃଜୋନ୍ ମହିଳା କ୍ରିକେଟ୍ରେ ପୂର୍ବାଞ୍ଚଳର ଚତୁର୍ଥ ବିଜୟ
Advertisment
Follow Us