Utkal University: ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ କ୍ରିକେଟ୍‌: ଉତ୍କଳକୁ ସର୍ବଭାରତୀୟ ଯୋଗ୍ୟତା

Advertisment

ଉତ୍କଳ ବିଶ୍ବବିଦ୍ୟାଳୟ ସର୍ବଭାରତୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛି। ଏହି ପ୍ରତିଯୋଗିତା ମଙ୍ଗଳବାରଠୁ ଗୁରୁବାର ପର୍ଯ୍ୟନ୍ତ ରେଭେନ୍ସା ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆରେ ଖେଳାଯିବ

ଉତ୍କଳ ବିଶ୍ବବିଦ୍ୟାଳୟ ସର୍ବଭାରତୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛି। ଏହି ପ୍ରତିଯୋଗିତା ମଙ୍ଗଳବାରଠୁ ଗୁରୁବାର ପର୍ଯ୍ୟନ୍ତ ରେଭେନ୍ସା ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆରେ ଖେଳାଯିବ

New Project (9)

Utkal University Photograph: (sambad.in)

ଭୁବେନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ସର୍ବଭାରତୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛି। ଏହି ପ୍ରତିଯୋଗିତା ମଙ୍ଗଳବାରଠୁ ଗୁରୁବାର ପର୍ଯ୍ୟନ୍ତ ରେଭେନ୍ସା ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆରେ ଖେଳାଯିବ। ରେଭେନ୍ସା ଗୁରୁବାର ନିଜର ପ୍ରଥମ ମ୍ୟାଚ୍‌ରେ ଭିବିଏସ୍‌ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟକୁ ଭେଟିବ। ୨୧ରେ ପାଟିଳିପୁତ୍ର ଓ ୨୨ରେ ବନାରାସ ହିନ୍ଦୁ ବିଶ୍ବବିଦ୍ୟାଳୟ ବିପକ୍ଷରେ ଖେଳି ସୁପରଲିଗ୍‌ ଅଭିଯାନ ଶେଷ କରିବ।

ଆହୁରି ପଢନ୍ତୁ- Jagannath AI Video: ଜଗନ୍ନାଥଙ୍କ ସହ ଖେଳ ! ମହାପ୍ରଭୁଙ୍କ AI ଦୃଶ୍ୟ ଭାଇରାଲ... କ୍ରେନ୍‌ରେ ଦୁଗ୍ଧ ସ୍ନାନର ଭିଡ଼ିଓ କଲା କିଏ ? ହେବ କି କାର୍ଯ୍ୟାନୁଷ୍ଠାନ ?

ରେଭେନ୍ସା ବିଶ୍ବବିଦ୍ୟାଳୟଠାରେ ଚାଲିଥିବା ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାର ମଙ୍ଗଳବାର ପୁଲ୍‌-ସି’ ଫାଇନାଲ୍‌ରେ ଉତ୍କଳ ବିଶ୍ବବିଦ୍ୟାଳୟ ୬ ୱିକେଟ୍‌ରେ ବିନୋବା ଭାବେ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବିନୋବା ଭାବେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୭୪ ରନ୍‌ କରିଥିଲା। ମଣିକାନ୍ତ ୬୪ ଏବଂ ଯୋଗେନ୍ଦ୍ର କୁମାର ରାଏ ୩୭ ରନ୍‌ କରିଥିଲା ବେଳେ ଉତ୍କଳ ପକ୍ଷରୁ ଗଣେଶ ତୋମାର ଓ ଅର୍ପିତ ଏସ୍‌ ମହାନ୍ତି ୩ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଉତ୍କଳ ଦଳ ଗୌତମ ଗୋପାଳ (୮୮*, ୪୬ ବଲ୍‌, ୪ ଚୌକା, ୩ ଛକା) ଅର୍ଦ୍ଧଶତକ ବଳରେ ୯ ବଲ୍‌ ପୂର୍ବରୁ ୪ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ହର୍ଷଲ ହାଡ୍‌କେ ୪୩ ଓ ବିନାୟକ ସାହୁ ୨୩ ରନ୍‌ କରିଥିଲେ। ଶରତଚନ୍ଦ୍ର ସାହୁ ଏହି ଦଳର ପ୍ରଶିକ୍ଷକ ଅଛନ୍ତି।

ଆହୁରି ପଢନ୍ତୁ- Action Against Engineer Death: ଖାତରେ ପଡ଼ି ଇଞ୍ଜିନିୟରଙ୍କ ମୃତ୍ୟୁ ମାମଲା, ବିଦାହେଲେ ନୋଏଡ଼ା କର୍ତ୍ତୃପକ୍ଷ ସିଇଓ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe