ଭୁବନେଶ୍ବର : କୋଲ୍କାତାରେ ଚାଲିଥିବା ପୂର୍ବାଞ୍ଚଳ ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ଫାଇନାଲ୍ରେ ଓଡ଼ିଶାର ସେଖ ଅସିଫ ଜମାଲ ଓ ରାଣୀ ଗାଡ଼ିଆ ପ୍ରବେଶ କରିଛନ୍ତି। ପୁରୁଷ ଏକକ ଏସ୍ୟୁ ୫ ବର୍ଗରେ ଜମାଲ ୨୧-୯, ୨୧-୬ରେ ନିଜ ରାଜ୍ୟର ପପୁନ କୁମାର କିଶନଙ୍କୁ ପରାସ୍ତ କରିଥିଲେ। ଫାଇନାଲ୍ରେ ସେ ଅରୁଣାଚଳ ପ୍ରଦେଶର ତମେ ତାଲାଙ୍ଗଙ୍କୁ ଭେଟିବେ। ମହିଳା ଏକକ ସେମିଫାଇନାଲ୍ରେ ରାଣୀ ୨୧-୬, ୨୧-୮ରେ ପଶ୍ଚିମବଙ୍ଗର ଅମିନା ଖାତୁନଙ୍କୁ ହରାଇଥିଲେ। ଫାଇନାଲ୍ରେ ସେ ରଶ୍ମିତା କୁମାରୀଙ୍କୁ ଭେଟିବେ। ଏହି ପ୍ରତିଯୋଗୀତାରେ ଓଡ଼ିଶାରୁ ୧୩ ଜଣ ଭାଗ ନେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us