Web24 News
ଲଣ୍ଡନ୍: ପୂର୍ବତନ ଫର୍ମୁଲା ୱାନ୍ ତାରକା ବର୍ନି ଏକ୍ଲେଷ୍ଟୋନ୍ ୮୯ ବର୍ଷ ବୟସରେ ପିତା ହେବାକୁ ଯାଉଛନ୍ତି। ତାଙ୍କ ପତ୍ନୀ ଫାବିଆନା ଫ୍ଲୋସି ଏବେ ଗର୍ଭବତୀ ଅଛନ୍ତି। ଆସନ୍ତା ଜୁଲାଇରେ ସେ ସନ୍ତାନ ଜନ୍ମ କରିବାର ସମ୍ଭାବନା ରହିଛି ବୋଲି ଏକ୍ଲେଷ୍ଟୋନ ଶୁକ୍ରବାର ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧୯୭୮ରୁ ୨୦୧୭ ପର୍ଯ୍ୟନ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବରେ ଫର୍ମୁଲା ୱାନ୍ରେ ବିପ୍ଲବ ଆଣିଥିବା ଏକ୍ଲେଷ୍ଟୋନ ପୂର୍ବରୁ ଦୁଇଟି ବିବାହ କରିଥିଲେ ଏବଂ ସେମାନଙ୍କର ୩ ଝିଅ ଅଛନ୍ତି। ୮୯ ଓ ୨୯ ବର୍ଷ ବୟସରେ ମୁଁ କୌଣସି ପାର୍ଥକ୍ୟ ଦେଖେନି। ମୋର ୪୪ ବର୍ଷ ବୟସ୍କା ମାର୍କେଟିଂ କାର୍ଯ୍ୟନିର୍ବାହୀ ପତ୍ନୀଙ୍କ ପାଇଁ ବହୁତ ଖୁସି। ଆମ ପରିବାରରେ ନୂଆ ସଦସ୍ୟ ଯୋଡ଼ି ହେବାରେ ମୋ ଝିଅମାନେ ମଧ୍ୟ ଖୁସି ଅଛନ୍ତି ବୋଲି ଏକ୍ଲେଷ୍ଟୋନ କହିଛନ୍ତି।
Follow Us