ମଦ ବିଜ୍ଞାପନ ପାଇଁ ପୁରସ୍କାର ନେଲେନି ଇଜିପ୍ଟ ଖେଳାଳି

Advertisment
ମଦ ବିଜ୍ଞାପନ ପାଇଁ ପୁରସ୍କାର ନେଲେନି ଇଜିପ୍ଟ ଖେଳାଳି

ମସ୍କୋ: ଉରୁଗୁଏ ବିପକ୍ଷରେ ଦଳର ପରାଜୟ ସତ୍ତ୍ୱେ ଇଜିପ୍ଟର ଗୋଲରକ୍ଷକ ମହମ୍ମଦ ଏଲ୍‌ ସିନାଓ୍ଵି ତାଙ୍କୁ ମିଳିଥିବା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ସମ୍ମାନକୁ ଗ୍ରହଣ କରିନାହାନ୍ତି। ମୁସଲିମ୍‌ ସମ୍ପ୍ରଦାୟର ହୋଇଥିବାରୁ ସେ ମଦବିଜ୍ଞାପନକୁ ପ୍ରସାରିତ କରୁଥିବା ଏହି ଟ୍ରଫିକୁ ସେ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ସୂଚନାଯୋଗ୍ୟ, ୨୦୧୮ ମସିହାର ଫିଫା ବିଶ୍ୱକପ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାରକୁ ବିୟର କମ୍ପାନି ବଡ୍‌ଓ୍ଵିଜର୍‌ ପ୍ରାୟୋଜିତ କରିଛି। ଉରୁଗୁଏ ବିପକ୍ଷ ମ୍ୟାଚ୍‌ରେ ଏଡିନସନ୍‌ କାଭାନି ଓ ଲୁଇସ୍‌ ସୁଆରେଜଙ୍କ ଘନ ଘନ ଆକ୍ରମଣକୁ ରକ୍ଷା କରିଥିଲେ ମଧ୍ୟ ୮୯ତମ ମିନିଟରେ ଜୋସ୍‌ ଗିମିନେଜ୍‌ଙ୍କ ହେଡର୍‌ ଜରିଆରେ ଗୋଲ୍‌ ବରଣ କରିଥିଲେ। ପରାଜୟ ସତ୍ତ୍ୱେ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚନା କରାଯାଇଥିଲା। କିନ୍ତୁ ଏଲ୍‌ ସିନାଓ୍ଵି ଏହାକୁ ଗ୍ରହଣ କରିନଥିଲେ। ବିଶେଷ କରି ରମଜାନ୍‌ ମାସ ଚାଲିଥିବାରୁ ସେ ଏହାକୁ ଏଡ଼ାଇଯାଇଥିଲେ। ଏଥି ସହ ୨୯ ବର୍ଷୀୟ ଏହି ଗୋଲ୍‌ରକ୍ଷକ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିବା ସହିତ ମୁସଲିମ୍‌ ଧର୍ମୀୟ ଭାବନାକୁ ସୁରକ୍ଷିତ ରଖିଥିଲେ। ସୂଚନାଯୋଗ୍ୟ, ଚଳିତ ବିଶ୍ୱକପ୍‌ରେ ୭ଟି ମୁସଲିମ୍‌ ପ୍ରାଧାନ୍ୟ ଦେଶ ସାଉଦି ଆରବ, ମରକ୍କୋ, ଇରାନ, ଟ୍ୟୁନିସିଆ, ସେନେଗାଲ୍‌ ଏବଂ ନାଇଜେରିଆ ଖେଳୁଛନ୍ତି। ଏମାନଙ୍କ ମଧ୍ୟରୁ ଇରାନ୍‌ ରମଜାନ ମାସରେ ବିଜୟ ଲାଭ କରି ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe