ଭୁବନେଶ୍ବରରେ ଜମିବ ଖେଳ ତାରକା ଓ ଲେଖକଙ୍କ ଭିଡ଼

Advertisment

ଶୁକ୍ରବାରରୁ ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବ

ଶୁକ୍ରବାରରୁ ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବ

ଭୁବନେଶ୍ବରରେ ଜମିବ ଖେଳ ତାରକା ଓ ଲେଖକଙ୍କ ଭିଡ଼

ଭୁବନେଶ୍ବର: ପ୍ରଥମ ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ସ୍ଥାନୀୟ ପଞ୍ଚ ତାରକା ହୋଟେଲ ମେ ଫେୟାରରେ ଆୟୋଜିତ ହେବ। ଓଡ଼ିଶା କ୍ରୀଡ଼ା ଇତିହାସରେ ତା’ ସହ ଏକ ନୂଆ ଅଧ୍ୟାୟ ଯୋଡ଼ିହେବ। ହକି ବିଶ୍ବକପ୍‌ ପରିପ୍ରେକ୍ଷୀରେ ଆୟୋଜିତ ହେବାକୁ ଥିବା ଏହି ନିଆରା ମହୋ‌ତ୍ସବରେ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ଖେଳ ତାରକା ଓ ଲେଖକଙ୍କର ଭିଡ଼ ଜମିବ। ସାଂପ୍ରତିକ କ୍ରୀଡ଼ା ଜଗତରେ ଘଟୁଥିବା ବିଭିନ୍ନ ଘଟଣା ନେଇ ଏହି ଅବସରରେ ସେମାନେ ନିଜ ନିଜର ମତ ରଖିବା ସହ ଏହି ବିଷୟରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ମଧ୍ୟ ହେବ। ଏହି ମହୋତ୍ସବ ପ୍ରକାଶକ ଏବଂ କ୍ରୀଡ଼ା ତାରକାଙ୍କୁ ନିକଟତର କରିବ। ପ୍ରତିଷ୍ଠିତ ବିଦେଶୀ ପ୍ରକାଶକ ଏବଂ କ୍ରୀଡ଼ା ତାରକାମାନେ ଭୁବନେଶ୍ବରରେ ଏକାଠି ହେ‌େବ। ଯାହା ସାରା ବିଶ୍ବରେ ଏହି ମନ୍ଦିରମାଳିନୀ ସହରର ଭାବମୂର୍ତିକୁ ଆହୁରି ଜାଜ୍ଜୁଲ୍ୟମାନ କରିବ। ଭୁବ‌େନଶ୍ବର ମଧ୍ୟ କ୍ରୀଡ଼ା ଏବଂ ସାହିତ୍ୟ ବିତର୍କର ଅନ୍ୟତମ ପେଣ୍ଠସ୍ଥଳୀ ପାଲଟିବ ବୋଲି ଆୟୋଜକ ଓଡ଼ିଶା କ୍ରୀଡ଼ା ବିଭାଗ ଏବଂ ଇମର୍ଜିଂ ସ୍ପୋର୍ଟସ ଦାବି କରିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଉତ୍ସବର ଉଦ୍‌ଘାଟନୀ ହେବା ସହ ଷ୍ଟିଫାନି ରାଇସ୍, ପ୍ରକାଶକ ସନ୍ଦୀପ ମିଶ୍ର, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ରିକ୍ ଚାର୍ଲସୱର୍ଥ, ଧନରାଜ ପିଲ୍ଲେ, ବାସୁଦେବନ ଭାସ୍କରନ୍, ଦିଲୀପ ତିର୍କି, ଆକାଶ ଚୋପ୍ରା ପ୍ରମୁଖ ବିଭିନ୍ନ ବିଷୟରେ ନିଜ ନିଜ ମତ ରଖିବେ। ଦ୍ବିତୀୟ ତଥା ଶେଷ ଦିନରେ ମହମ୍ମଦ କୈଫ, ବେନ୍ ଜନସନ, ଯୋଗେଶ୍ବର ଦତ୍ତ, ବିନେଶ ଫୋଗଟ, ନୀରଜ ଚୋପ୍ରା, ଅଜିଙ୍କ୍ୟ ରାହ‌ାଣେ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୁଧବାର ଏଥିନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ସଚିବ ବିଶାଲ ଦେବ ଏବଂ ସନ୍ଦୀପ ମିଶ୍ର ମହୋତ୍ସବ ନେଇ ବିସ୍ତୃତ ବିବରଣୀ ଦେଇଥିଲେ। ଏହି ମହୋତ୍ସବକୁ ଆଗକୁ ଏକ ବାର୍ଷିକ କାର୍ଯ୍ୟକ୍ରମରେ ପରିଣତ କରିବାକୁ ଯୋଜନା ଥିବା ଉଭୟ ଏହି ଅବସରରେ ସୂଚନା ଦେଇଥିଲେ। କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ମନୋଜ ପାଢ଼ୀ, କ୍ରୀଡ଼ା ବିଭାଗ ଓଏସ୍‌ଡି ସୁମିତ ପାଣ୍ଡେ ଏହି ଅବସରରେ ଉପସ୍ଥିତ ଥିଲେ।

ମହୋତ୍ସବରେ ଯୋଗ ଦେବାକୁ ଥିବା କ୍ରୀଡ଼ା ତାରକା ଏବଂ ଲେଖକମାନେ ହେଲେ: ବେନ୍ ଜନସନ୍, ଷ୍ଟିଫାନି ରାଇସ୍, ଯୋଗେଶ୍ବର ଦତ୍ତ, ଭିନେଶ ଫୋଗଟ, ବଜରଙ୍ଗ ପୁନିଆ, ଦୀପା କର୍ମକାର, ନୀରଜ ଚୋପ୍ରା, ମହମ୍ମଦ କୈଫ, ଅଜିଙ୍କ୍ୟ ରାହାଣେ, ଜେଫ୍ ଥମ୍ପସନ୍, ରିକ୍ ଚାର୍ଲସୱର୍ଥ, ବାସୁଦେବ ଭାସ୍କରନ୍, ଧନରାଜ ପିଲ୍ଲେ, ବ୍ରେଣ୍ଟ ଲିଭମୋର, ଆକାଶ ଚୋପ୍ରା, ଶାନ୍ତି ସୌନ୍ଦରାଜନ ପ୍ରମୁଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe