Advertisment

ହାତୀ ଦେହରେ ଧୁଳି ଲାଗିଲେ ବି ସେ ସମ୍ମାନିତ ହେବ, କୁକୁରକୁ ସୁନା ଚେନରେ ବାନ୍ଧିଲେ ବି ସେ ହେବ ନାହିଁ: ସିଦ୍ଧୁ

Advertisment
ହାତୀ ଦେହରେ ଧୁଳି ଲାଗିଲେ ବି ସେ ସମ୍ମାନିତ ହେବ, କୁକୁରକୁ ସୁନା ଚେନରେ ବାନ୍ଧିଲେ ବି ସେ ହେବ ନାହିଁ: ସିଦ୍ଧୁ

ମୁମ୍ବାଇ: ଗୁଜରାଟ ଟାଇଟନ୍ସକୁ ପ୍ରଥମ ଆଇପିଏଲ୍‌ ଟ୍ରଫି ଜିତାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ସହ ସାମିଲ ହୋଇଛନ୍ତି। ହାର୍ଦ୍ଦିକଙ୍କୁ ଟ୍ରେଡିଂ ଜରିଆରେ ଆଣିବା ପରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ତାଙ୍କୁ ନେତୃତ୍ବ ଦେଇଛି। ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ଦାୟିତ୍ବମୁକ୍ତ କରାଯିବା ସହ ପାଣ୍ଡ୍ୟାଙ୍କୁ ପରବର୍ତ୍ତୀ ଅଧିନାୟକ ଘୋଷଣା କରିଥିଲା ଏମଆଇ। ଏ‌ବେ ଆଇପିଏଲ ଆରମ୍ଭ ହୋଇସାରିଥିବା ବେଳେ ଏମଆଇ ଟିମର ପ୍ରଦର୍ଶନ ଭଲ ନଥିବା ଦେଖାଯାଇଛି।

ଏପର୍ଯ୍ୟନ୍ତ, ଗୁଜୁରାଟ ଟାଇଟାନ୍ସ (ଜିଟି) ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍) ବିପକ୍ଷରେ ଖେଳିଥିବା ବେଳେ ୨ଟି ଯାକ ମ୍ୟାଚ୍ ହାରିଛି ଏମଆଇ। ଏନେଇ ହାର୍ଦ୍ଦିକଙ୍କୁ ଟ୍ରୋଲ ବି କରାଯାଉଛି। ଏମଧ୍ୟରେ ରୋହିତ ଖେଳୁଥିବା ଭିଡିଓ ସେୟାର କରି ତାଙ୍କର ପ୍ରଶଂସା କରିଛନ୍ତି ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ।

ଭିଡିଓର କ୍ୟାପସନ ରହିଛି, ହାତୀ ଦେହରେ ଧୁଳି ଲାଗିଲେ ବି ସେ ସମ୍ମାନିତ ହେବ। ହେଲେ କୁକୁରକୁ ସୁନା ଚେନରେ ବାନ୍ଧି ରଖିଲେ ବି ସେ ସମ୍ମାନିତ ହୋଇପାରିବ ନାହିଁ। ତାଙ୍କର ଏହି ଭିଡିଓକୁ ରୋହିତଙ୍କ ପ୍ରଶଂସକ ପସନ୍ଦ କରିଥିବା ବେଳେ ହାର୍ଦ୍ଦିକଙ୍କ ପ୍ରଶଂସକଙ୍କୁ ଏହା ପସନ୍ଦ ଆସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe