ନୂଆଦିଲ୍ଲୀ: ଭାରତୀୟ ଦଳର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏବଂ ନୁପୂର ନାଗରଙ୍କର ନିର୍ବନ୍ଧ ସଂପନ୍ନ ହୋଇଛି। ଗ୍ରେଟର ନୋଇଡାରେ ଉଭୟ ପରିବାର ଓ ସେମାନଙ୍କ ସଂପର୍କିୟଙ୍କ ଗହଣରେ ଏହି ପବିତ୍ର କାର୍ଯ୍ୟ ଶେଷ ହୋଇଛି। ଏହା ପୂର୍ବରୁ ମଙ୍ଗଳବାର ନୁପୂରଙ୍କ ସହ ଫଟୋକୁ ଭୁବନେଶ୍ୱର କୁମାର ତାଙ୍କ ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଉପସ୍ଥାପିତ କରିଥିଲେ। ଏହା ଆମ ଦ୍ୱିତୀୟ ପାଳିର ଅୟମାରମ୍ଭ ବୋଲି ଭୁବନେଶ୍ୱର ଲେଖିଥିଲେ। ଭୁବି ଏବେ ପଛକୁ ପଛ ଶୃଙ୍ଖଳା ଖେଳିବାରେ ବ୍ୟସ୍ତ ରହିବେ। ତେବେ ୧୦ ଦିନର ବିରତି ସମୟ ମିଳିଗଲେ ବିବାହ କାର୍ଯ୍ୟ ସଂପନ୍ନ କରିଦେବୁ ବୋଲି କହିଛନ୍ତି ଭୁବନେଶ୍ୱର କୁମାରରଙ୍କ ବାପା କୀରଣ ପାଲ୍ ସିଂହ। ଆମେ ନୁପୂରଙ୍କୁ ଭଲ ଭାବେ ଜାଣିଛୁ। ପୁଣି ସେ ଆମ ପୁଅର ପସନ୍ଦ। ନୁପୂର ମଧ୍ୟ ଉଚ୍ଚ ଶିକ୍ଷିତା ଓ ସୁନ୍ଦରୀ। ତାଙ୍କ ପରିବାର ମଧ୍ୟ ଭଲ। ତେଣୁ ଉଭୟେ ବିବାହା ବନ୍ଧନରେ ବାନ୍ଧି ହେଲେ ଆମେ ବି ଖୁସୀ ହେବୁ ବୋଲି କିରଣପାଲ୍ କହିଛନ୍ତି।
ଭୁବନେଶ୍ୱର-ନୁପୂର ନିର୍ବନ୍ଧ
Advertisment
Follow Us