ଅନୁଷ୍କାଙ୍କ ପ୍ରତିକ୍ରିୟା ପରେ କ୍ଷମା ମାଗିଲେ ଇଂଜିନିୟର

Advertisment
ଅନୁଷ୍କାଙ୍କ ପ୍ରତିକ୍ରିୟା ପରେ କ୍ଷମା ମାଗିଲେ ଇଂଜିନିୟର

ନୂଆଦିଲ୍ଲୀ: ଭାରତୀୟ ଚୟନକର୍ତାଙ୍କୁ ସମାଲୋଚନା କରିବାକୁ ଯାଇ ପୂର୍ବତନ ଖେଳାଳି ଫାରୁକ୍ ଇଂଜିନିୟର୍‌ ଅନୁଷ୍କା ଶର୍ମାଙ୍କ ନାମ ନେଇଥିବାରୁ ଶୁକ୍ରବାର ଏଥି ପାଇଁ କ୍ଷମା ମାଗି ନେଇଛନ୍ତି। ଗୁରୁବାର ଏହାକୁ ଖଣ୍ଡନ କରିଥିବା ଅନୁଷ୍କା ପୁଣି ଥରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏହା ଏକ ମନ୍ଦ ଉଦ୍ଦେଶ୍ୟ ପ୍ର‌େଣାଦିତ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ମିଛ। ମୋ ପତିଙ୍କ ପ୍ରଦର୍ଶନକୁ ନେଇ ଯେତେବେଳେ ମୋ‌ତେ ସମାଲୋଚନା କରାଯାଏ ମୁଁ ସବୁବେଳେ ନିରବ ରହିଥାଏ। ମୁଁ ସବୁବେଳେ‌ ବୋର୍ଡର ପ୍ରୋଟୋକଲ୍‌କୁ ମାନି ଆସିଛି। ଏପରିକି କୋହଲିଙ୍କ ସହିତ ରହିବା ଲାଗି ମୁଁ ନିଜେ ଫ୍ଲାଇଟ୍ ଟିକେଟ୍ କିଣିଛି। ପରବର୍ତୀ ସମୟରେ ମୋ ନାମକୁ ବ୍ୟବହାର କରିବା ବେଳେ ସତ୍ୟ ତଦାରଖ କରନ୍ତୁ ଏବଂ ପ୍ରମାଣ ରଖନ୍ତୁ। ମୋତେ ଏଥିରୁ ଛାଡ଼ି ଦିଅନ୍ତୁ। ମୁଁ ନିଜକୁ ନ‌ିଜେ ଗଢ଼ିଥିବା ଜଣେ ସ୍ବାଧୀନଚେତା ମହିଳା, ଯିଏ ଜଣେ କ୍ରିକେଟରଙ୍କ ପତ୍ନୀ ହୋଇଛି।

ସୂଚନାଯୋଗ୍ୟ, ଗତ ଇଂଲଣ୍ଡ ବିଶ୍ବକପ୍‌ ସମୟରେ ଚୟନକର୍ତା ଅନୁଷ୍କାଙ୍କୁ ଚା’ ପରଶୁଥିବା ସେ ନିଜେ ଦେଖିଥିବା ଇଂଜିନିୟର୍ ପ୍ରକାଶ କରିଥିଲେ। ଏହାକୁ ରୋକଠୋକ୍ ଖଣ୍ଡନ କରି ଅନୁଷ୍କା ଟ୍ବିଟର୍ ପୃଷ୍ଠାରେ ଲେଖିଥିଲେ ‘ମୋ ନାମକୁ ଏକ ଭୁଲ କାହାଣୀରେ‌ ବ୍ୟବହାର କରାଯାଇଛି। ମିଛର ଏହା ଏକ ସଦ୍ୟତମ ରୂପ। ଗତ ବିଶ୍ବକପ୍‌ ସମୟରେ ମୁଁ କେବଳ ଗୋଟିଏ ମ୍ୟାଚ୍‌ ପାଇଁ ପଡିଆରେ ଉପସ୍ଥିତ ହୋଇଥିଲି ଏବଂ ଫ୍ୟାମିଲି ବକ୍ସରେ ବସିଥିଲି, ଚୟନକର୍ତାଙ୍କ ବକ୍ସରେ ନୁହେଁ। ଚୟନ ସମିତିର କାର୍ଯ୍ୟକଳାପ ଏବଂ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇବା ଆପଣଙ୍କ କାମ ହୋଇପାରେ, କିନ୍ତୁ‌ ଚାଞ୍ଚଲ୍ୟ ସୃଷ୍ଟି କରିବାକୁ ମୋ ନାମକୁ ଅଯଥାରେ ଯୋଡ଼ା ନ ଯାଉ। ଏଭଳି ବିବାଦରେ ମୋ ନାମକୁ ବ୍ୟବହାର କରିବାକୁ ମୁଁ ଅନୁମତି ଦେଉନାହ‌ିଁ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe