ଟାଇ..ଟାଇ..ଟାଇଟଲ୍‌, ଭାଗ୍ୟଶାଳୀ ଇଂଲଣ୍ଡ, ହତଭାଗ୍ୟ ନ୍ୟୁଜିଲାଣ୍ଡ

କିୱି ପର କାଟିଲେ ଓକ୍ସ-ପ୍ଲଙ୍କେଟ, ଷ୍ଟୋକ୍ସ-ବଟଲର୍‌

ଟାଇ..ଟାଇ..ଟାଇଟଲ୍‌, ଭାଗ୍ୟଶାଳୀ ଇଂଲଣ୍ଡ, ହତଭାଗ୍ୟ ନ୍ୟୁଜିଲାଣ୍ଡ

ଲଣ୍ଡନ: ଭାରତ ବିପକ୍ଷ ସେମିଫାଇନାଲ୍‌ରେ ୨୩୯ ରନ୍ କରି ବିଜୟୀ ହୋଇଥିବା ନ୍ୟୁଜିଲାଣ୍ଡ ରବିବାର ଠିକ୍ ସେହି ମ୍ୟାଚ୍ ଭଳି ଟସ୍ ଜିତି ବ୍ୟାଟିଂ କରିଥିଲା। ହେଲେ ବଡ଼ ସ୍କୋର କରି ପାରି ନଥିଲା। ସେମିଫାଇନାଲ୍‌ରେ କରିଥିବା ସ୍କୋରଠାରୁ ମାତ୍ର ଦୁଇ ରନ୍ ଅଧିକ କରି ପାରିଥିଲା। ଶୁଖିଲା ପାଗ ଏବଂ ଲର୍ଡସର ଦ୍ରୁତ ଆଉଟ୍ ଫିଲ୍ଡ ସତ୍ତ୍ବେ କିୱି ଦଳ ରବିବାର କେବଳ ୨୪୧ ରନ୍ କରିଥିଲା। ମାର୍ଟିନ ଗପ୍ଟିଲ (୧୯) ପୁଣି ଥରେ ବିଫଳ ହୋଇଥିଲେ। ହେନରି ନିକୋଲ୍ସ (୫୫) କିନ୍ତୁ ଲଢ଼ୁଆ ଅର୍ଧଶତକ ହାସଲ କରିଥିଲେ। ଅଧିନାୟକ କେନ୍ ୱିଲିୟମସନ୍ (୩୦) ଓ ଅଭିଜ୍ଞ ରସ୍ ଟେଲର (୧୫) ବଡ଼ ସ୍କୋର କରି ନପାରିବା ହିଁ ନ୍ୟୁଜିଲାଣ୍ଡ ଅଢ଼େଇ ଶହ ତଳେ ଅଟକିବାର ମୁଖ୍ୟ କାରଣ ଥିଲା। ୱିଲିୟମସନ୍‌ଙ୍କୁ ପ୍ଲଙ୍କେଟ ଏବଂ ଟେଲରଙ୍କୁ ଉଡ୍ ଆଉଟ୍ କରି ନ୍ୟୁଜିଲାଣ୍ଡ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଟମ୍ ଲାଥାମ (୪୭) ଅବଶ୍ୟ ଲଢ଼ିଥିଲେ। ହେଲେ ଅନ୍ୟମାନେ ଆବଶ୍ୟକ ସମର୍ଥନ ଦେଇ ନଥିଲେ। ଆଜି ଆଉଟ୍ ହୋଇଥିବା ୮ ଜଣ କିୱି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ୭ ଜଣ ଦୁଇ ଅଙ୍କ ଛୁଇଁଥିଲେ। ହେଲେ କେହି ବି ବଡ଼ ପାଳି ଖେଳିବାକୁ ସମର୍ଥ ହୋଇ ନଥିଲେ। ଭଲ ଆରମ୍ଭ ପାଇ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। କ୍ରିସ୍ ଓକ୍ସ ଓ ଲିଆମ ପ୍ଲଙ୍କେଟ୍‌ ୬ ୱିକେଟ୍ ବାଣ୍ଟି ନେଇ ଇଂଲଣ୍ଡ କାମ ସହଜ କରି ଦେଇଥିଲେ। ନ୍ୟୁଜିଲାଣ୍ଡ ତା’ ଶେଷ ୫ ୱିକେଟ୍ ୧୦୦ ରନ୍‌ରେ ହରାଇଥିଲା।

ଫ୍ଲିଣ୍ଟଫ୍‌, ବୋଥାମଙ୍କୁ ଟପିଲେ ଆର୍ଚର
ଶୃଙ୍ଖଳିତ ବୋଲିଂ କରିଥିବା ଇଂଲଣ୍ଡ ଶେଷ ୧୦ ଓଭରରେ ମାତ୍ର ୬୨ ରନ୍ ଦେଇଥିଲା। ଯୁବ ବୋଲର ଜୋଫ୍ରା ଆର୍ଚର ଏହାର ନେତୃତ୍ବ ନେଇଥିଲେ। ନିଜ ୧୦ ଓଭରିଆ ସ୍ପେଲ୍‌ରେ ୪୨ ରନ୍ ଦେଇ ଗୋଟିଏ ୱିକେଟ୍ କରାୟତ କରିଥିଲେ। ତେବେ ବ୍ୟକ୍ତିଗତ ଭାବେ ୨୦ ୱିକେଟ୍ ନେଇ କୌଣସି ବିଶ୍ବକପ୍‌ରେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହେବାର ଗୌରବ ଅର୍ଜନ କରିଥିଲେ। ମାର୍କ ଉଡ୍ (୧୮), କ୍ରିସ୍ ଓକ୍ସ (୧୬) ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ତିନି ଜଣ ଯାକ ଇଂଲଣ୍ଡର ଦୁଇ ପୂର୍ବତନ ମହାନ ଅଲରାଉଣ୍ଡର ଆଣ୍ଡ୍ୟୁ ଫ୍ଲିଣ୍ଟଫ (୧୪ ୱିକେଟ୍, ୨୦୦୭) ଓ ଇଆନ ବୋଥାମ (୧୬ ୱିକେଟ୍, ୧୯୯୨)ଙ୍କୁ ଟପି ଥିଲେ। ତେବେ ଆଜିର ସଫଳ ବୋଲର ଥିଲେ ଓକ୍ସ (୯-୦-୩୭-୩) ଓ ଲିଆମ ପ୍ଲଙ୍କେଟ (୧୦-୦୪୨-୩)।

ଅଧିନାୟକ ଭାବେ ୱିଲିୟମସନଙ୍କ  ସର୍ବାଧିକ ରନ୍
ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ରବିବାର ଏକ ନିଆରା କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଅଧିନାୟକ ଭାବେ ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍ କରିବାର କୀର୍ତ୍ତିମାନ ସେ ନିଜ ନାମରେ କରି ନେଇଥିଲେ। ଏହି କ୍ରମରେ ସେ ଶ୍ରୀଲଙ୍କାର ମାହେଲା‌ ଜୟବର୍ଧନେଙ୍କ ୧୨ ବର୍ଷ ତଳର କୀର୍ତ୍ତିମାନକୁ ଟପିଥିଲେ। ଜୟବର୍ଧନେ ୨୦୦୭ ବିଶ୍ବକପ୍‌ରେ ୫୪୮ ରନ୍ କରିଥିଲେ। ରବିବାର ମାତ୍ର ୩୦ ରନ୍ କରିଥିବା ୱିଲିୟମସନ୍ ଚଳିତ ବିଶ୍ବକପ୍‌ର ୧୦ ପାଳିରୁ ୫୭୮ ରନ୍ କରି ଜୟବର୍ଧନେଙ୍କୁ ଅତିକ୍ରମ କରିଛନ୍ତି।

୧୫ ମିନିଟ୍ ବିଳମ୍ବରେ ଟସ୍
ଲଣ୍ଡନ: ରବିବାର ଲଣ୍ଡନ ପାଗ ପୂରା ଶୁଖିଲା ରହିବ ବୋଲି ପୂର୍ବାନୁମାନ ଥିଲା। ହେଲେ ଆଜି ସକାଳୁ ସକାଳୁ ହଠାତ୍ ସବୁ କିଛି ବଦଳି ଯାଇଥିଲା। ଳର୍ଡସ ଆଖପାଖରେ ଅସରାଏ ବର୍ଷା ହୋଇ ଯାଇଥିଲା। ଫଳରେ ଟସ୍ ୧୫ ମିନିଟ୍ ବିଳମ୍ବରେ ହୋଇଥିଲା। ହେଲେ ଏଥିଲାଗି କୌଣସି ଓଭର ହରାଇବାକୁ ପଡ଼ି ନଥିଲା। ନ୍ୟୁଜିଲାଣ୍ଡ ଟସ୍ ଜିତି ତୁରନ୍ତ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ‌ନେଇଥିଲା। ହେଲେ ମାର୍ଟିନ ଗପ୍ଟିଲ (୧୯) ଓ ହେନରି ନିକୋଲ୍ସଙ୍କ ଯୋଡ଼ି ପ୍ରଥମ ୱିକେଟ୍ ଭାଗୀଦାରିରେ ମାତ୍ର ୨୯ ରନ୍ ଯୋଡ଼ି ପାରିଥିଲେ।

ଟର୍ନିଂ ପଏଣ୍ଟ୍‌

ରବିବାରର ଲର୍ଡସ ଫାଇନାଲ୍ ବେଶ ଉତ୍‌ଥାନ ଓ ପତନ ଦେଇ ଗତି କରିଥିଲା। ଏକାଧିକ ଟର୍ନି ପଏଣ୍ଟ୍ ଦେଖିଥିଲେ ଦର୍ଶକ। ନ୍ୟୁଜିଲାଣ୍ଡ୍ ନିୟମିତ ୱିକେଟ୍ ହରାଇ ୨୪୧/୮‌ରେ ସୀମିତ ରହିଯାଇଥିଲା। ହେନରି ନିକଲ୍ସ ଏବଂ ଟମ୍ ଲଥାମଙ୍କ ପାଳି ପାଇଁ ନ୍ୟୁଜିଲାଣ୍ଡ୍ ସ୍ଥିତି ସୁଧୁରିଥିଲା। ଇଂଲଣ୍ଡ କିନ୍ତୁ ୧୭ଟି ୱାଇଡ୍ ପକାଇବା ନ୍ୟୁଜିଲାଣ୍ଡ୍ ପାଳିକୁ ଆହ୍ବାନ ‌ଭରା ସ୍କୋର୍ ପ୍ରଦାନରେ ସହାୟକ‌ ହୋଇଥିଲା। ଜବାବରେ ଇଂଲଣ୍ଡ ଯେତେବେଳେ ୮୬ ରନ୍‌ରେ ୪ ୱିକେଟ୍ ହରାଇ ଦେଇଥିଲା ମ୍ୟାଚ୍‌ ନ୍ୟୁଜିଲାଣ୍ଡ୍‌ ଆଡକୁ ଢ଼ଳିଥିଲା। ଏହି ସମୟରେ ଜୋସ୍ ବଟଲର୍ ଏବଂ ବେନ୍ ‌ଷ୍ଟୋକ୍ସଙ୍କ ଶତକୀୟ ଭାଗୀଦାରି (୧୧୦ ରନ, ୨୧.୪ ଓଭର) କରି ଇଂଲଣ୍ଡକୁ ପୁଣି ସୁଯୋଗ ପ୍ରଦାନ କରିଥିଲେ। ବଟଲର୍ ଏବଂ ‌‌ଷ୍ଟୋକ୍ସ ନିଜ ନିଜ ଅର୍ଧଶତକ ହାସଲ କରିଥିଲେ। ଲୋକି ଫର୍ଗୁସନ୍ କିନ୍ତୁ ବଟଲରଙ୍କ ବିଦାୟ କରି ଏହି ଭାଗୀଦାରିକୁ ଭାଙ୍ଗିଦେଇଥିଲେ।‌ ବେନ୍ ଷ୍ଟୋକ୍ସଙ୍କ ସଟକୁ ସୀମାରେଖା ପାଖରେ ବୋଲ୍‌ଟ କ୍ୟାଚ୍‌ କରିଥିଲେ ମଧ୍ୟ ପଛ ପାଦରେ ସୀମା ରେଖା ରଶିକୁ ମାଡ଼ିବସିବାରୁ ଛକା ଏହା ହୋଇଥିଲା।
ଛକା ନୁହେଁ ୬
ଶେଷ ଓଭରରେ ଚତୁର୍ଥ ବଲରୁ ବେନ୍ ଷ୍ଟୋକ୍ସ ୨ ରନ୍ ନେଇଥିଲେ। କିନ୍ତୁ ଓଭର‌ ଥ୍ରୋରୁ ଚୌକା ମିଳିଯିବାରୁ ନିର୍ଣ୍ଣାୟକ ହୋଇଥିଲା। ପୂର୍ବ ବଲରେ ଷ୍ଟୋକ୍ସ ମଧ୍ୟ ବୋଲଟଙ୍କୁ ଛକା ମାରିଥିଲେ। ଘଟଣାବହୁଳ ଏହି ଓଭରରୁ ୧୫ ରନ୍ ଆବଶ୍ୟକ ଥିଲା। କିନ୍ତୁ ଇଂଲଣ୍ଡ ୧୪ ରନ୍ କରିପାରି ମ୍ୟାଚ୍‌କୁ ଟାଇ କରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe