କରୋନା ପାଉଣା କାଟ୍‌ ପାଇଁ ଇଂଲଣ୍ଡ କ୍ରିକେଟର୍‌ ରାଜି

Advertisment
କରୋନା ପାଉଣା କାଟ୍‌ ପାଇଁ ଇଂଲଣ୍ଡ କ୍ରିକେଟର୍‌ ରାଜି

New Statesman

ଲଣ୍ଡନ : କରୋନା ଭୂତାଣୁ ମହାମାରୀ ଯୋଗୁଁ ଇଂଲଣ୍ଡରେ କ୍ରିକେଟ୍‌ ପ୍ରାୟ ୧୦୦ (୧୩୦ ମିଲିୟନ୍‌ ଡଲାର) ମିଲିୟନ୍‌ ପାଉଣ୍ଡ କ୍ଷତି ସହିସାରିଲାଣି। ଏହି କ୍ଷତିର ପରିମାଣ ଆସନ୍ତାବର୍ଷ ୨୦୦୦ ମିଲିୟନ୍‌କୁ ବଢ଼ିବାର ଆଶଙ୍କା ରହିଛି ବୋଲି ଇଂଲଣ୍ଡ ଆଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି) ସୂଚନା ଦେଇଛି। ପୁଣି ଦେଖାଦେଇଥିବା ଆର୍ଥିକ ସଂକଟ ଯୋଗୁଁ ଗତମାସରେ ୬୨ କର୍ମଚାରୀଙ୍କୁ ଛଟେଇ କରିବା ନେଇ ମଧ୍ୟ ବୋର୍ଡ ଘୋଷଣା କରିଥିଲା। ଏପରି ସ୍ଥଳେ ଖେଳାଳିମାନଙ୍କ ପାଉଣା କାଟ୍‌ କରିବା ପାଇଁ ଇସିବି ପଦକ୍ଷେପ ନେଇଥିଲା। ବୋର୍ଡର ଏହି ପଦକ୍ଷେପକୁ ଇଂଲଣ୍ଡର କେନ୍ଦ୍ରୀୟ ଚୁକ୍ତିବଦ୍ଧ ପୁରୁଷ କ୍ରିକେଟର୍‌ମାନେ ଗ୍ରହଣ କରିଛନ୍ତି। କ୍ରିକେଟର୍‌ମାନେ ସେମାନଙ୍କ ୧୫ ପ୍ରତିଶତ ପାଉଣା କାଟ୍‌ ପାଇଁ ରାଜି ହୋଇଯାଇଛନ୍ତି ବୋଲି ଦୁଇ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଏବଂ କ୍ରିସ୍‌ ୱକ୍‌ସ କହିଛନ୍ତି।

ଏନେଇ ପୁରୁଷଙ୍କ କ୍ରିକେଟ୍‌ ନିର୍ଦେଶକ ଆସ୍‌ଲେ ଜାଇଲ୍‌ସ ଖେଳାଳିମାନଙ୍କୁ ଏବଂ ଇଂଲଣ୍ଡ ଦଳ ଖେଳାଳି ଭାଗୀଦାରି (ଟିଇପିପି)କୁ ଧନ୍ୟବାଦ ଜଣାଇଛନ୍ତି। ଆମ ପୁରୁଷ କ୍ରିକେଟର୍‌ ଏବଂ ସେମାନଙ୍କ ପ୍ରତିନିଧି (ଟିଇପିପି)ଙ୍କ ସହ ସଂପର୍କ ଦୃଢ଼ ରହିଛି। ଆମେ ମଧ୍ୟ ଖେଳାଳିମାନଙ୍କ ଆହ୍ବାନ ସମୟରେ ସେମାନଙ୍କୁ ସ୍ବୀକୃତି ଦେବାକୁ ପଡ଼ିବ ବୋଲି ଜାଇଲ୍ସ କହିଛନ୍ତି। ଅନ୍ୟପକ୍ଷରେ କରୋନା‌ ମହାମାରୀ ଜନିତ ଦୁର୍ଦିନ ସମୟରେ ପୁଣିଥରେ ଖେଳାଳିମାନେ ସେମାନଙ୍କ ମହାନତା ଦେଖାଇବା ଏବଂ କ୍ରିକେଟ୍‌କୁ ଦେଶରେ ଆର୍ଥିକ ଶକ୍ତିଶାଳୀ କରିବାକୁ ଆଗ୍ରହ ଦେଖାଇଥିବା କହିଛନ୍ତି ଟିଇପିପିର ଅଧ୍ୟକ୍ଷ ରିଚାର୍ଡ ବେଭାନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe