Advertisment

T20 World Cup: ଲଢ଼ିଲା ଇଟାଲି, ସୁପର-୮ରେ ଇଂଲଣ୍ଡ

Advertisment

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ରେ ଇଂଲଣ୍ଡ ପ୍ରବେଶ କରିଛି। ଗ୍ରୁପ୍‌-ସି’ରୁ ୱେଷ୍ଟଇଣ୍ଡିଜ୍‌ ପରେ ଦ୍ବିତୀୟ ଦଳ ଭାବେ ଇଂଲଣ୍ଡ ଏହି ସ୍ଥାନ ପକ୍କା କରିଛି। ସୋମବାର ନିଜର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଇଂଲଣ୍ଡ ୨୪ ରନ୍‌ରେ ଇଟାଲିକୁ ପରାସ୍ତ କରିଛି।

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ରେ ଇଂଲଣ୍ଡ ପ୍ରବେଶ କରିଛି। ଗ୍ରୁପ୍‌-ସି’ରୁ ୱେଷ୍ଟଇଣ୍ଡିଜ୍‌ ପରେ ଦ୍ବିତୀୟ ଦଳ ଭାବେ ଇଂଲଣ୍ଡ ଏହି ସ୍ଥାନ ପକ୍କା କରିଛି। ସୋମବାର ନିଜର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଇଂଲଣ୍ଡ ୨୪ ରନ୍‌ରେ ଇଟାଲିକୁ ପରାସ୍ତ କରିଛି।

italy

କୋଲକାତା: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ରେ ଇଂଲଣ୍ଡ ପ୍ରବେଶ କରିଛି। ଗ୍ରୁପ୍‌-ସି’ରୁ ୱେଷ୍ଟଇଣ୍ଡିଜ୍‌ ପରେ ଦ୍ବିତୀୟ ଦଳ ଭାବେ ଇଂଲଣ୍ଡ ଏହି ସ୍ଥାନ ପକ୍କା କରିଛି। ସୋମବାର ନିଜର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଇଂଲଣ୍ଡ ୨୪ ରନ୍‌ରେ ଇଟାଲିକୁ ପରାସ୍ତ କରିଛି। ଇଡେନ୍‌ ଗାର୍ଡେନ୍ସରେ ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତୃତୀୟ ଓଭରରେ ଜୋସ୍‌ ବଟଲର (୩)ଙ୍କୁ ହରାଇଥିଲା।

ଇଂଲଣ୍ଡ ବ୍ୟାଟର୍‌ମାନେ ଦ୍ରୁତ ରନ୍‌ କରିବା ଚକରରେ ଲଗାତାର ୱିକେଟ୍‌ ହରାଇଥିଲେ ମଧ୍ୟ ଛୋଟଛୋଟ ଭାଗୀଦାର ଗଢ଼ିବାରୁ ଦଳ ୨୦୨/୭ ଭଳି ଆହ୍ବାନଭରା ସ୍କୋର୍‌ କରିବାକୁ ସକ୍ଷମ ହୋଇଥିଲା। ୱିଲ୍‌ ଜ୍ୟାକ୍ସ ୨୧ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡର ଦ୍ରୁତତମ ବ୍ୟାଟର୍‌ ହେବାର ଗୌରବ ଅର୍ଜନ କରିଥି‌ଲେ। ତାଙ୍କ ପୂର୍ବରୁ ଦ୍ରୁତ ଅର୍ଦ୍ଧଶତକ ରେକର୍ଡ ଇଆନ ମୋର୍ଗାନ (୨୫ ବଲ୍‌)ଙ୍କ ନାମରେ ଥିଲା। ଜ୍ୟାକ୍ସ ୨୩ ବଲ୍‌ରୁ ୪ ଛକା ଓ ୩ ଚୌକା ସହାୟତାରେ ୫୩* ରନ୍‌ର ଅପରାଜିତ ପାଳି ଖେଳି ଦଳୀୟ ସ୍କୋର୍‌କୁ ୨୦୦ ପାର୍‌ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ଓ ସାମ୍‌ କରନ୍‌ (୨୫) ଷଷ୍ଠ ୱିକେଟ୍‌ରେ ୫୪ ରନ୍‌ର ଭାଗୀଦାର ଗଢ଼ିଥିଲେ। ଟମ୍‌ ବାଟନ ୩୦, ଫିଲ୍‌ ସଲ୍‌ଟ ୨୮, ଜାକବ ବେଥେଲ ୨୩ ରନ୍‌ ଉପଯୋଗୀ ପାଳି ଖେଳିଥିଲେ।

ଆହୁରି ପଢ଼ନ୍ତ: Paddy: ଗଞ୍ଜାମରେ ୮୮% ଧାନ କ୍ରୟ; ଡିବିଟି ମାଧ୍ୟମରେ ୧୦୫୫ କୋଟି ଡିପୋଜିଟ୍‌

ଇଟାଲି ପକ୍ଷରୁ ଗ୍ରାଣ୍ଟ ଷ୍ଟିୱାର୍ଟ ଓ କ୍ରିଶାନ କାଲୁଗାମାଗେ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଇଟାଲି ପ୍ରଥମ ଓଭରରେ ୧ ରନ୍‌ରେ ୨ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଏହି ଦୁଇ ୱିକେଟ୍‌ ଜୋଫ୍ରା ଆର୍ଚର ନେଇଥିଲେ। ମେନେଟି (୧୨)ଙ୍କୁ ଜାମି ଓଭରଟନ୍‌ ଆଉଟ୍‌ କରିଦେବାରୁ ଏହି ପଦାର୍ପଣକାରୀ ଦଳ ୨୨/୩ରେ ସଂଘର୍ଷ କରିଥିଲା। ତଥାପି ଏ‌ହି ଦଳ ସହଜରେ ହାର୍‌ ମାନି ନଥିଲା। ମୋସ୍‌କା (୪୩) ଓ ବେନ୍‌ ମେନେଟି (୨୫ ବଲ୍‌ରୁ ୬୦) ଚତୁର୍ଥ ୱିକେଟ୍‌ରେ ୯୨ ରନ୍‌ ଯୋଡ଼ି ପାଳି ଆଗକୁ ନେଇଥିଲେ। ଏମାନଙ୍କ ପରେ ଗ୍ରାଣ୍ଟ ଷ୍ଟିୱାର୍ଟ ୨୩ ବଲ୍‌ରୁ ୪୫ ରନ୍‌ (୨ ଚୌକା, ୫ ଛକା) ଦ୍ରୁତ ପାଳି ଖେଳି ଇଂଲଣ୍ଡକୁ ସହଜରେ ବାଟ ଛାଡ଼ି ନଥିଲେ। କିନ୍ତୁ ଶେଷରେ ବଡ଼ ସ୍କୋର୍‌ ପାହାଡ଼ ଚାପରେ ଚାପି ହୋଇ ଅନ୍ୟବ୍ୟାଟର୍‌ ବିଫଳ ହେବାରୁ ଦଳ ୧୭୮ ରନ୍‌ରେ ଅଟକିଯାଇଥିଲା। ସାମ୍‌ କରନ୍‌ ଓ ଜାମି ଓଭରଟନ୍‌ ୩ ଲେଖାଏଁ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ୱିଲ୍‌ ଜ୍ୟାକ୍ସ (୫୩* ରନ୍‌, ୧ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe