ରାଜକୋଟ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ୨୬ ରନ୍ରେ ପରାଜିତ କରିଛି।
ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ତୃତୀୟ ଥର ପାଇଁ ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟରେ ୧୭୧ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୭୨ ରନ୍ ରହିଥିଲା।
ତେବେ ଟିମ୍ ଇଣ୍ଡିଆ ବିଜୟ ଲକ୍ଷ୍ୟର ପିଛା କରି ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୧୪୫ ରନ୍ କରିଥିଲା। ଏହି ମ୍ୟାଚ୍ରେ ପରାଜିତ ହୋଇ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି।
ଟିମ୍ ଇଣ୍ଡିଆ ପକ୍ଷରୁ ଅଭିଷେକ ଶର୍ମା ୨୪ ରନ୍ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୧୪ ରନ୍ କରିଥିଲେ। ସେହିପରି ତିଲକ ବର୍ମା ୧୮ ରନ୍, ଅକ୍ଷର ପଟେଲ ୧୫ ରନ୍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ୍ କରିଥିଲେ।
ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୨ ୱିକେଟ ନେଇଥିବାବେଳେ ବିଡୋନ କ୍ରାସ୍ ୨ ୱିକେଟ ନେଇଥିବାବେଳେ ଆଦିଲ ରଶିଦ ଏବଂ ମାର୍କ ଉଡ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ, ଜେମି ଓଭରଟୋନ୍ ୪ ୱିକେଟ ନେଇଥିଲେ।
ଅଧିକ ପଢ଼ନ୍ତୁ: ହକି ଇଣ୍ଡିଆ ଲିଗ୍: ତୁଫାନ୍ସକୁ ହରାଇ ବିପର୍ଯ୍ୟୟ ଘଟାଇଲା ଗୋନାସିକା
ଇଂଲଣ୍ଡ ପକ୍ଷରୁ ବେନ୍ ଡୁକେଟ୍ ୫୧ ରନ୍ କରିଥିବାବେଳେ ଜୋସ୍ ବଟଲର ୨୪ ରନ୍ କରିଥିଲେ। ସେହିପରି ଲିଆମ ଲିଭିଂଷ୍ଟୋନ୍ ୪୩ ରନ୍ କରିଥିଲେ। ତେବେ ଅନ୍ୟ ବ୍ୟାଟ୍ସମ୍ୟାନ୍ମାନେ ଭାରତୀୟ ବୋଲରଙ୍କ ସାମ୍ନା କରିପାରି ନଥିଲେ।
Adil Rashid finishes his spell 🙌
— England Cricket (@englandcricket) January 28, 2025
4⃣ overs
1⃣ wicket
1⃣5⃣ runs
1⃣0⃣ dot balls
A master at work 🧙♂️ pic.twitter.com/ZZwq3Ddkwn
ଟିମ୍ ଇଣ୍ଡିଆ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ ୱିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ ୱିକେଟ ଏବଂ ଅକ୍ଷର ପଟେଲ ଏବଂ ରବି ବିଶ୍ନୋଇ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଅଧିକ ପଢ଼ନ୍ତୁ: ମୌନି ଅମାବାସ୍ୟାରେ କୁମ୍ଭମେଳାକୁ ରେକର୍ଡ ସଂଖ୍ୟକ ୩୬୦ ଟ୍ରେନ୍ ଚଳାଚଳ
Double-wicket over 👌
— BCCI (@BCCI) January 28, 2025
Completion of fifer for Varun Chakaravarthy 👌
Updates ▶️ https://t.co/amaTrbtzzJ#TeamIndia | #INDvENG | @chakaravarthy29 | @IDFCFIRSTBank pic.twitter.com/ne0Ze0lppj