India TV
ଲଣ୍ଡନ: ଭାରତ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ପାଇଁ ବୁଧବାର ଇଂଲଣ୍ଡ ଦଳ ଘୋଷଣା ହୋଇଛି। ଆହତରୁ ମୁକୁଳିଥିବା ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ସାଙ୍ଗକୁ ଜୋସ୍ ବଟଲର୍, ଜନି ବେୟାରଷ୍ଟୋ ଓ ସାମ୍ କରନ ଘୋଷିତ ୧୭ ଜଣିଆ ଦଳକୁ ଫେରିଥିଲା ବେଳେ ହାସିବ୍ ହମିଦ୍ଙ୍କୁ ସ୍ଥାନ ମିଳିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ଶୃଙ୍ଖଳା ବେଳେ ସାମାଜିକ ଗଣମାଧ୍ୟମରେ ଜାତିଆଣ ଏବଂ ଉତ୍ତେଜକ ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ଓଲି ରବିନ୍ସନ୍ ମଧ୍ୟ ଦଳକୁ ଫେରିଛନ୍ତି। ତେବେ ଆହତ ତାଲିକାରେ ଥିବା ଦୁଇ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ କ୍ରିସ୍ ୱକ୍ସଙ୍କ ନାମ ବିଚାରକୁ ନିଆଯାଇନାହିଁ। ଚୟନ ହୋଇଥିବା ଘରୋଇ ଦଳର ଖେଳାଳିମାନେ ଚଳିତ ମାସ ୨୮ ତାରିଖରେ ଏକାଠି ହେବେ। ପ୍ରଥମ ଦୁଇ ଟେଷ୍ଟ୍ ଅଗଷ୍ଟ ୪ ଓ ୧୨ ତାରିଖରୁ ଯଥାକ୍ରମେ ନଟିଂହାମ୍ ଓ ଲର୍ଡସରେ ଖେଳାଯିବ।
ଇଂଲଣ୍ଡ ଦଳ: ଜୋ ରୁଟ୍ (ଅଧିନାୟକ), ଜେମ୍ସ ଆଣ୍ଡରସନ୍, ଜନି ବେୟାରଷ୍ଟୋ, ଡମ୍ ବେସ୍, ଷ୍ଟୁଆର୍ଟ ବ୍ରଡ୍, ରୋରି ବର୍ନସ, ଜୋସ୍ ବଟଲର୍, ଜାକ୍ କ୍ରଲି, ସାମ୍ କରନ, ହାସିବ ହମିଦ୍, ଡାନ୍ ଲରେନ୍ସ, ଜାକ୍ ଲିଚ୍, ଓଲି ପୋପ୍, ଓଲି ରବିନ୍ସନ, ଡମ୍ ଶିବ୍ଲେ, ବେନ୍ ଷ୍ଟୋକ୍ସ ଓ ମାର୍କ ଉଡ୍।
Follow Us