ଇଂଲଣ୍ଡରେ ବିଦେଶୀ ବ୍ୟାଟର୍‌ ଭାବେ ସର୍ବାଧିକ ଦିନିକିଆ ରନ୍‌: ପଣ୍ଟିଂ ଓ ୱିଲିୟମ୍‌ସନ୍‌ଙ୍କୁ ଟପିଲେ ରୋହିତ

Advertisment
ଇଂଲଣ୍ଡରେ ବିଦେଶୀ ବ୍ୟାଟର୍‌ ଭାବେ ସର୍ବାଧିକ ଦିନିକିଆ ରନ୍‌: ପଣ୍ଟିଂ ଓ ୱିଲିୟମ୍‌ସନ୍‌ଙ୍କୁ ଟପିଲେ ରୋହିତ

ଦି ଓଭାଲ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ମାଟିରେ ଜଣେ ବିଦେଶୀ ବ୍ୟାଟର୍‌ ଭାବେ ସର୍ବାଧିକ ଦିନିକିଆ ରନ୍‌ କରିବାର କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ମଙ୍ଗଳବାର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଅପରାଜିତ ୭୬ ରନ୍‌ କରିବା ଅବସରରେ ଇଂଲଣ୍ଡରେ ଦିନିକିଆ ଆନ୍ତର୍ଜାତିକରେ ରୋହିତଙ୍କ ମୋଟ ରନ୍‌ ୧୪୧୧*ରେ ପହଞ୍ଚିଛି। ଏଥି ସହିତ ଜଣେ ଭ୍ରମଣକାରୀ ବ୍ୟାଟର୍‌ ଭାବେ ଇଂଲଣ୍ଡରେ ସର୍ବାଧିକ ଦିନିକିଆ ରନ୍‌ ସଂଗ୍ରହରେ ରୋହିତ ନ୍ୟୁଜିଲାଣ୍ଡ୍‌ର କେନ୍‌ ୱିଲିୟମ୍‌ସନ ଏବଂ ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କୁ ପଛକୁ ଠେଲି ଦେଇଛନ୍ତି। ରୋହିତଙ୍କ ପୂର୍ବରୁ ୱିଲିୟମ୍‌ସନ୍‌ (୧୩୯୩ ରନ୍‌) ଏହି କୀର୍ତ୍ତିମାନ ନିଜ ନାମରେ ରଖିଥିଲା ବେଳେ ପଣ୍ଟିଂ (୧୩୪୫ ରନ୍‌) ଦ୍ବିତୀୟରେ ରହିଥିଲେ। ଏବେ ଏମାନଙ୍କ ପଛକୁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି (୧୩୧୬ ରନ୍‌) ଏବଂ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ (୧୨୫୮ ରନ୍‌) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe