Photo: X
ରାଜକୋଟ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟେଷ୍ଟ ମ୍ୟାଚ୍ର ଶୃଙ୍ଖଳାର ତୃତୀୟ ମ୍ୟାଚ୍ ରାଜକୋଟରେ ଜାରି ରହିଛି। ଏହି ମୁକାବିଲାର ଆଜି (ଫ୍ରେବୁଆରି ୧୮) ଚତୁର୍ଥ ଦିନ। ଏହି ମୁକାବିଲାରେ ଇଂଲଣ୍ଡକୁ ବିଜୟ ପାଇଁ ୫୫୭ ରନ୍ ଲକ୍ଷ୍ୟ ମିଳିଛି। ଲକ୍ଷ୍ୟ ପଛରେ ଗୋଡେଇ ଇଂଲଣ୍ଡ ନିଜର ସ୍କୋର ୨୮ ରନ୍ରେ ୪ଟି ମୂଲ୍ୟବାନ ୱିକେଟ୍ ହରାଇ ସାରିଛି। ଜ୍ୟାକ୍ କ୍ରାଉଲିଙ୍କୁ ଯଶପ୍ରୀତ ବୁମରା ବୋଲ୍ଡ କରିଥିବା ବେଳେ ଓଲି ପୋପ୍ ଓ ଜନି ବ୍ରେୟାରଷ୍ଟୋଙ୍କୁ ରବୀନ୍ଦ୍ର ଜାଡେଜା ପାଭିଲିଅନ୍ ପଠାଇଥିଲେ। ସେହିପରି ମହମ୍ମଦ ସିରାଜ୍ ଓ ଧ୍ରୁବ ଜୁରେଲଙ୍କ ଦ୍ବାରା ବିସ୍ଫୋରକ ବ୍ୟାଟର ବେନ୍ ଡକେଟ୍ ରନ୍ ଆଉଟ୍ ହୋଇଥିଲେ। ଜୋ ରୁଟ୍ ଓ ବେନ୍ଷ୍ଟୋକ୍ କ୍ରିଜ୍ରେ ଅଛନ୍ତି।
ଭାରତୀୟ ଟିମ୍ ଦ୍ବିୀତୟ ପାଳି ୪ ୱିକେଟ୍ରେ ୪୩୦ ରନ୍ ସଂଗ୍ରହ କଲା ପରେ ନିଜର ଇନିଂ ଘୋଷଣା କରିଥିଲା। ଭାରତୀୟ ପାରମ୍ଭିକ ବ୍ୟାଟର ଯଶସ୍ୱୀ ଜୟସୱାଲଙ୍କ ଜୟ ଜୟ କାର ରାଜକୋଟ୍ରେ ଦେଖିବାକୁ ମିଳିଥିଲା। ଯୁବ ବ୍ୟାଟର ଚୌକା ଓ ବଳରେ ଛକ୍କାରେ ଦର୍ଶକଙ୍କ ମନ ଜିଣିଥିଲେ। ଏହି ଯୁବ ବ୍ୟାଟରଙ୍କ ଇନିଙ୍ଗସ୍ ବେଶ୍ ଆକର୍ଷଣୀୟ ରହିଥିଲା । ପଡ଼ିଆର ଚାରି ଦିଗକୁ ସେ ଚମକ୍ରାର ସଟ୍ ସବୁ ମାରିଥିଲେ । ୨୩୬ଟି ବଲ୍ ଖେଳି ଜୟସ୍ୱାଲ ୨୧୪ ରନ୍ କରି ନଟଆଉଟ୍ ରହିଥିଲେ । ସେ ୧୪ଟି ଚୌକା ଓ ୧୨ଟି ଛକା ମାରିଥିଲେ। ତାଙ୍କ ଦ୍ବିଶତକ ସେଞ୍ଚୁରୀ ବଳରେ ଭାରତ ଦ୍ୱିତୀୟ ଇନିଙ୍ଗସରେ ବିଶାଳ ସ୍କୋର ଛିଡ଼ା କରିଥିଲା। ଶୁଭମନ୍ ଗିଲ ୯୧ ରନ୍ କରି ଆଉଟ୍ ହୋଇଥିବା ବେଳେ ସର୍ଫରାଜ ଖାନ୍ ୬୮ ରନ୍ କରି ନଟ୍ଆଉଟ୍ ରହିଥିଲେ।
Follow Us