ପାକିସ୍ତାନରେ ଟେଷ୍ଟ୍ ଶୃଙ୍ଖଳା ହାରିଲା ଇଂଲଣ୍ଡ୍

Advertisment

ଅପ୍ରତ୍ୟାଶିତ ପ୍ରତ୍ୟାବର୍ତ୍ତନ କରି ଇଂଲଣ୍ଡ୍ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାକୁ ପାକିସ୍ତାନ ଜିତି ନେଇଛି। ପ୍ରଥମ ଟେଷ୍ଟ୍‌ର ପ୍ରଥମ ପାଳିରେ ୫୫୬ ରନ୍ କରିବା ସତ୍ତ୍ବେ ହାରିଯାଇଥିବା ପାକିସ୍ତାନ ପରବର୍ତ୍ତୀ ଦୁଇ ଟେଷ୍ଟ୍‌ରେ ବିଜୟୀ ହୋଇ ୨-୧ରେ ଏହି ସଫଳତା ପାଇଛି।

ଅପ୍ରତ୍ୟାଶିତ ପ୍ରତ୍ୟାବର୍ତ୍ତନ କରି ଇଂଲଣ୍ଡ୍ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାକୁ ପାକିସ୍ତାନ ଜିତି ନେଇଛି। ପ୍ରଥମ ଟେଷ୍ଟ୍‌ର ପ୍ରଥମ ପାଳିରେ ୫୫୬ ରନ୍ କରିବା ସତ୍ତ୍ବେ ହାରିଯାଇଥିବା ପାକିସ୍ତାନ ପରବର୍ତ୍ତୀ ଦୁଇ ଟେଷ୍ଟ୍‌ରେ ବିଜୟୀ ହୋଇ ୨-୧ରେ ଏହି ସଫଳତା ପାଇଛି।

fhfsshfhsshf

ରାୱଲପିଣ୍ଡି: ଅପ୍ରତ୍ୟାଶିତ ପ୍ରତ୍ୟାବର୍ତ୍ତନ କରି ଇଂଲଣ୍ଡ୍ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାକୁ ପାକିସ୍ତାନ ଜିତି ନେଇଛି। ପ୍ରଥମ ଟେଷ୍ଟ୍‌ର ପ୍ରଥମ ପାଳିରେ ୫୫୬ ରନ୍ କରିବା ସତ୍ତ୍ବେ ହାରିଯାଇଥିବା ପାକିସ୍ତାନ ପରବର୍ତ୍ତୀ ଦୁଇ ଟେଷ୍ଟ୍‌ରେ ବିଜୟୀ ହୋଇ ୨-୧ରେ ଏହି ସଫଳତା ପାଇଛି। ସବୁଠାରୁ ବଡ଼ କଥା ହେଲା ଦୁଇ ସପ୍ତାହ ତଳେ ଅଲୋଡ଼ା ତଥା ଉପେକ୍ଷିତ ଥିବା ପାକିସ୍ତାନର ଦୁଇ ଘରୋଇ କ୍ରିକେଟର୍‌ ନୋମାନ ଅଲୀ ଓ ସାଜିଦ୍ ଖାନ୍ ଗତ ଦୁଇ ଟେଷ୍ଟ୍‌କୁ ପ୍ରତ୍ୟାବର୍ତ୍ତନ କରି ମିଳିତ ଭାବେ ୪୦ରୁ ୩୯ ୱିକେଟ୍ ଦଖଲ କରି ଇଂଲଣ୍ଡକୁ ଏହି ପରାଜୟ ମୁହଁକୁ ଠେଲି ଦେଇଛନ୍ତି। ଶନିବାର ଶେଷ ହୋଇଥିବା ରାୱଲପିଣ୍ଡି ଟେଷ୍ଟ୍‌ରେ ପାକିସ୍ତାନ ୯ ୱିକେଟ୍‌ରେ ବିଜୟୀ ହୋଇଛି। ସାଜିଦ୍ ଖାନ୍ ୧୦ ୱିକେଟ୍ (୬/୧୨୮ ଓ ୪/୬୯) ଏବଂ ନୋମାନ ଅଲୀ ୯ ୱିକେଟ୍‌ (୩/୮୮ ଓ ୬/୪୨) ଦଳର ବିଜୟରେ କର୍ଣ୍ଣଧାର ସାଜିଛନ୍ତି।

ଏମାନଙ୍କୁ ଖେଳିନପାରି ଇଂଲଣ୍ଡ ଦ୍ବିତୀୟ ପାଳିରେ ମାତ୍ର ୧୧୨ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ୩୬ ରନ୍ ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୩.୧ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ସଂଗ୍ରହ କରି ନେଇଥିଲା। ପାକିସ୍ତାନର ପ୍ରଥମ ପାଳିରେ ଦାୟିତ୍ବପୂର୍ଣ୍ଣ ଶତକ (୧୩୪) ଅର୍ଜନ କରିଥିବା ସୌଦ ସକିଲ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ ସାଜିଦ୍ ଖାନ୍ (୭୨ ରନ୍ ଏବଂ ୧୯ ୱିକେଟ୍‌) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ।

ଦ୍ବିତୀୟ ଥର ପାଇଁ ପାକିସ୍ତାନ ପ୍ରଥମ ଟେଷ୍ଟ୍ ହାରିବା ପରେ ପରବର୍ତ୍ତୀ ଦୁଇଟି ଜିତି ଶୃଙ୍ଖଳା ହାତେଇଛି। ୧୯୯୫ରେ ଜିମ୍ବାୱେଠାରୁ ଏଭଳି ସଫଳତା ପାଇଥିଲା। ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏକ ଘରୋଇ ଟେଷ୍ଟ୍ ଶୃଙ୍ଖଳା ଜିତିଥିଲା। ଗତ ୩ ବର୍ଷ ଭିତରେ ଘରୋଇ ଦଳ ଅଷ୍ଟ୍ରେଲିଆ, ଇଂଲଣ୍ଡ, ବାଂଲାଦେଶଠାରୁ ହାରିଥିବାବେଳେ ନ୍ୟୁଜିଲାଣ୍ଡ୍‌ ସହ ୦-୦ରେ ଡ୍ର’ ରଖିଥିଲା। ରବିବାର ଶେଷ ହୋଇଥିବା ରାୱଲପିଣ୍ଡି ଟେଷ୍ଟ୍‌ରେ ପାକିସ୍ତାନ ପାଇଁ ଜଣେ ହେଲେ ବି କେହି ପେସ୍‌ ବୋଲିଂ କରିନଥିଲେ। ତଥାପି ଦଳ ଜିତିଛି।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି-୨୬୭ (ଜାମି ସ୍ମିଥ୍‌-୮୯, ବେନ୍‌ ଡକେଟ୍‌-୫୨, ସାଜିଦ୍‌ ଖାନ୍‌-୬/୧୨୮, ନୋମାନ ଅଲ୍ଲୀ-୩/୮୮)। ପାକିସ୍ତାନ ପ୍ରଥମ ପାଳି- ୩୪୪ (ସୌଦ ସକିଲ୍‌-୧୩୪, ସାଜିଦ୍‌ ଖାନ୍‌-୪୮, ନୋମାନ ଅଲ୍ଲୀ-୪୫, ରେହାନ ଅହମଦ-୪/୬୬, ସୋଏବ ବସିର-୩/୧୨୯)। ଇଂଲଣ୍ଡ ଦ୍ବିତୀୟ ପାଳି-୩୭.୨ ଓଭରରେ ୧୧୨/୧୦ (‌ଜୋ ରୁଟ୍‌-୩୩,‌ ହ୍ୟାରି ବ୍ରୁକ୍‌-୨୬, ନୋମାନ ଅଲ୍ଲୀ-୬/୪୨, ସାଜିଦ୍ ଖାନ୍-୪/୬୯)। ପାକିସ୍ତାନ ଦ୍ବିତୀୟ ପାଳି: ୩.୧ ଓଭରରେ ୩୭/୧ (ସାନ୍ ମାସୁଦ୍‌-୨୩*, ଅବଦୁଲା ସଫିକ୍‌-୫*, ଜ୍ୟାକ୍ ଲିଚ୍‌-୧/୨୭)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe