Photo: ICC Twitter
ଲଣ୍ଡନ: ଓଭାଲ ଟେଷ୍ଟରେ ଭାରତ ଦ୍ୱିତୀୟ ପାଳିରେ ୪୬୬ ରନ୍ ସଂଗ୍ରହ କରିଛି। ଚତୁର୍ଥ ଦିନର ଖେଳ ଜାରି ଥିବା ବେଳେ ମ୍ୟାଚ୍ରେ ବିଜୟ ପାଇଁ ଭାରତ ଇଂଲଣ୍ଡକୁ ୩୬୮ ରନ୍ର ବିଜୟ ଲକ୍ଷ୍ୟ ଦେଇଛି।
ପ୍ରଥମ ପାଳିରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ୧୯୧ ରନ୍ରେ ଅଲ୍ଆଉଟ୍ ହୋଇଥିଲା। କିନ୍ତୁ ଦଳ ଦ୍ୱିତୀୟ ପାଳିକୁ ସତର୍କତାର ସହିତ ଖେଳିଥିଲା। ଦ୍ୱିତୀୟ ପାଳିରେ ଓପନର ରୋହିତ ଶର୍ମାଙ୍କ ଶତକ (୧୨୭ ରନ୍), ଚେତେଶ୍ୱର ପୂଜାରା (୬୧ ରନ୍), ଋଷଭ ପନ୍ତ (୫୦ ରନ୍) ଓ ଶାର୍ଦ୍ଦୁଳ ଠାକୁର (୬୦ ରନ୍)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ୪୬୬ ରନ୍ ସଂଗ୍ରହ କରିଛି। ଏଥି ସହିତ କେଏଲ୍ ରାହୁଲ ୪୬ ରନ୍, ବିରାଟ କୋହଲି ୪୪ ରନ୍, ରବୀନ୍ଦ୍ର ଜାଦେଜା ୧୭ ରନ୍, ଉମେଶ ଯାଦବ ୨୫ ରନ୍ ଓ ଜସପ୍ରୀତ ବୁମରା ୨୪ ରନ୍ ଦଳ ପାଇଁ ଯୋଡ଼ିଥିଲେ। ଇଂଲଣ୍ଡ ପ୍ରଥମ ପାଳିରେ ୨୯୦ ରନ୍ ସଂଗ୍ରହ କରିଥିଲା।
Follow Us