୩ୟ ଦିନିକିଆ: ଇଂଲଣ୍ଡକୁ ୨୫୯ ରନ୍‌ରେ ଅଟକାଇଲା ଭାରତ; ହାର୍ଦ୍ଦିକଙ୍କୁ ୪, ୟୁଜବେନ୍ଦ୍ରଙ୍କୁ ମିଳିଲା ୩ ୱିକେଟ୍‌

୩ୟ ଦିନିକିଆ: ଇଂଲଣ୍ଡକୁ ୨୫୯ ରନ୍‌ରେ ଅଟକାଇଲା ଭାରତ; ହାର୍ଦ୍ଦିକଙ୍କୁ ୪, ୟୁଜବେନ୍ଦ୍ରଙ୍କୁ ମିଳିଲା ୩ ୱିକେଟ୍‌

Photo: Aajtak

ମଞ୍ଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ୩ୟ ତଥା ଶେଷ ଦିନିକିଆ ମ୍ୟାଚ ଖେଳାଯାଉଛି। ମଞ୍ଚେଷ୍ଟରସ୍ଥିତ ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳୁଥିବା ଟିମ୍‌ ଇଣ୍ଡିଆ ଦମଦାର ବୋଲିଂ ବଳରେ ଇଂଲଣ୍ଡକୁ ୨୫୯ ରନ୍‌ରେ ଅଟକାଇଛି। ଇଂଲଣ୍ଡ ୪୫.୫ ଓଭରରେ ଅଲ୍‌ଆଉଟ୍‌ ହୋଇଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତ ପାଇଁ ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲା ବେଳେ ସ୍ବିନର ୟୁଜବେନ୍ଦ୍ର ଚହଲ ୩ଟି ୱିକେଟ୍‌ ଅକ୍ତିଆର କରିଛନ୍ତି। ସେହିପରି ଦ୍ରୁତବୋଲର ମହମ୍ମଦ ସିରାଜଙ୍କୁ ୨ ଓ ରବୀନ୍ଦ୍ର ଜାଦେଜାଙ୍କୁ ଗୋଟିଏ ୱିକେଟ ମିଳିଛି।

ଭାରତୀୟ ଦଳ ଆଜି ଆରମ୍ଭରୁ ଭଲ ବୋଲିଂ କରିଥିଲେ। ଇଂଲଣ୍ଡର ସ୍କୋର ୧୨ ରନ୍‌ରେ ୨ଟି ୱିକେଟ୍‌ ନେଇଥିଲେ। ଓପନର ଜନି ବେୟାର‌ଷ୍ଟୋ ଓ ଜୋଏ ରୁଟ୍‌ ୩ଟି ଲେଖାଏଁ ବଲ୍‌ର ସମ୍ମୁଖୀନ ହୋଇ ଖାତା ନ ଖୋଲି ପାଭଲିଅନ୍‌ ଫେରିଯାଇଥିଲେ। କିନ୍ତୁ ତୃତୀୟ ୱିକେଟ୍‌ ପାଇଁ ଜସନ ରଏ ଓ ବେନ୍‌ ଷ୍ଟୋକ୍ସ ଧୈର୍ଯ୍ୟର ସହିତ ଖେଳି ୪୪ ରନ୍‌ର ଭାଗିଦାରୀ ହୋଇଥିଲେ। ଜସନ ରଏ ବ୍ୟକ୍ତିଗତ ଭାବେ ୩୧ଟି ବଲ୍‌ ଖେଳି ୪୧ ରନ୍‌ କରିଥିଲେ। ଏଥିରେ ସେ ୭ଟି ଚୌକା ସାମିଲ କରିଥିଲେ। ଭାରତର ୪ର୍ଥ ଶିକାର ହୋଇଥିଲେ ବେନ୍‌ ଷ୍ଟୋକ୍ସ (୨୭)।

ଇଂଲଣ୍ଡ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ ଜୋସ୍‌ ବଟଲର। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ୱିକେଟକିପର ଋଷଭ ପନ୍ତଙ୍କ ଦ୍ବାରା ଆଉଟ୍‌ ହେବା ପୂର୍ବରୁ ୬୦ ରନ୍‌ କରିଥିଲେ। ୮୦ଟି ବଲ୍‌ ସାମ୍ନା କରି ବଟଲର ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଇଂଲଣ୍ଡ ପାଇଁ ମୋଇନ ଅଲି ୩୪ ରନ୍‌, ଲିଆମ ଲିଭିଂ ଷ୍ଟୋନ୍‌ ୨୭ ରନ୍‌, ଡେଭିଡ ୱିଲି ୧୮ ରନ୍‌, କ୍ରାଇଗ୍‌ ଓଭରଟନ୍‌ ୩୨ ରନ୍‌ ଓ ବ୍ରେଡନ୍‌ କର୍ସ ଅପରାଜିତ ୩ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe