ଲଣ୍ଡନ: ଦୀର୍ଘ ୨୮ ବର୍ଷ ବ୍ୟବଧାନ ପରେ ଇଂଲଣ୍ଡ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଥିଲା। ସେଥିପାଇଁ ଏହି ଦଳର ପ୍ରଶଂସକମାନେ ମାତ୍ରାଧିକ ଉଲ୍ଲସିତ ହୋଇ ମଦ୍ୟପାନ କରିବାର ମାତ୍ରା ଯଥେଷ୍ଟ ବଢ଼ାଇ ଦେଇଥିଲେ। ଏପରିକି ସେମାନେ ନିଶାଶକ୍ତ ଭାବେ ଲଣ୍ଡନର ମୁଖ୍ୟ ରାସ୍ତାରେ ଭଙ୍ଗା ରୁଜା କରୁଥିଲେ। ସେମାନଙ୍କ ଉପଦ୍ରବ ପାଇଁ ସାଧାରଣ ଜନତା ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ହଜାର ହଜାର ଡଲାରର ସରକାରୀ ସମ୍ପତ୍ତି ମଧ୍ୟ ନଷ୍ଟ ହେଉଥିଲା। ଯାହାକୁ ନେଇ ଲଣ୍ଡନ ପ୍ରଶାସନ କଡ଼ା ଚେତାବନୀ ଦେଇଛି। ସରକାରୀ ସମ୍ପତ୍ତିକୁ ନଷ୍ଟ କରୁଥିବା ପ୍ରଶଂସକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲଣ୍ଡନ ପ୍ରଶାସନ ଏକ ପ୍ରେସ୍ ଇସ୍ତାହାରରେ ସ୍ପଷ୍ଟ କରି ଦେଇଛି। ସ୍ୱିଡେନ୍ ବିପକ୍ଷ କ୍ୱାର୍ଟର ଫାଇନାଲ୍ ବିଜୟ ପରେ ଉଗ୍ର ପ୍ରଶଂସକମାନେ କାହା କଥା ଶୁଣି ନଥିଲେ। ସାରା ଇଂଲଣ୍ଡରେ ଭଙ୍ଗା ରୁଜାର ୩୮୭ ଘଟଣା ପୁଲିସ୍ ନଜରକୁ ଆସିଥିଲା। ୭୦ ଜଣ ଅସାମାଜିକ ତତ୍ତ୍ୱଙ୍କୁ ପୁଲିସ ତା’ ପରେ ଗିରଫ କରିଥିଲା।
ଇଂଲଣ୍ଡ ସମର୍ଥକଙ୍କୁ ତାଗିଦ
Advertisment
Follow Us