Zee News
ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ୍ ଟିମ୍କୁ ଚମ୍ପିଅନ୍ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା କୋଚ୍ ଟ୍ରେଭର ବେଲିସଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ଫ୍ରାଞ୍ଚାଇଜ୍ ସନ୍ରାଇଜର୍ସ ହାଇଦ୍ରାବାଦ୍ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ବେଲିସଙ୍କୁ ଟମ୍ ମୁଡିଙ୍କ ସ୍ଥାନ ଦିଆଯାଇଛି। ଏସ୍ଆରଏଚ୍ର ଟୁଇଟର ହ୍ୟାଡେଲ୍ରେ ବେଲିସଙ୍କୁ ଟିମ୍ର ନୂତନ କୋଚ୍ କରାଯାଇଥିବା ଘୋଷଣା କରାଯାଇଛି।
କୋଚ୍ ଟ୍ରେଭର ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସକୁ ୨ ଥର ଟ୍ରଫି ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ସୂଚନାଯୋଗ୍ୟ, ବଲିଉଡ ଅଭିନେତା ଶାହରୁଖ ଖାନ୍ଙ୍କ ସ୍ୱାମୀତ୍ୱ କେକେଆର ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ୨୦୧୨ ଓ ୨୦୧୪ରେ ଆଇପିଏଲ ଚମ୍ପିଅନ୍ ହୋଇଥିଲା।
ଏତଦ୍ ବ୍ୟତୀତ କୋଚ ବେଲିସ ସିଡନୀ ସିକ୍ସର ଟିମକୁ ବିଗ ବେଶ ଲିଗ ଏବଂ ଚାମ୍ପିଅନ୍ ଲିଗର ମୁକୁଟ ପିନ୍ଧାଇଛନ୍ତି। ବେଲିସଙ୍କ କୋଚିଂରେ ଇଂଲଣ୍ଡ ଟିମ୍ ଲଣ୍ଡନର ଲଡର୍ସରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆଇସିସି ବିଶ୍ୱକପ ୨୦୧୯ରେ ଚାମ୍ପିଅନ୍ ହୋଇଛି। ଫାଇନାଲ ମ୍ୟାଚ୍ରେ ସୁପର ଓଭର ଖେଳାଯାଇଥିଲା। ଇଂଲଣ୍ଡ ପ୍ରଥମ ଥର ବିଶ୍ୱକପ କ୍ରିକେଟ୍ରେ ଚାମ୍ପିଅନ୍ ହୋଇଥିଲା।
Follow Us