ବିଶ୍ୱକପ ଜିତିବା ପରେ ବିଜୟୀ ଦଳକୁ ଏହି କାରଣରୁ ମିଳି ନଥାଏ ଅସଲି ଟ୍ରଫି, ଜାଣନ୍ତୁ ହାରୁଥିବା ଦଳକୁ ମିଳିବ କେତେ କୋଟି ଟଙ୍କା

Advertisment
ବିଶ୍ୱକପ ଜିତିବା ପରେ ବିଜୟୀ ଦଳକୁ ଏହି କାରଣରୁ ମିଳି ନଥାଏ ଅସଲି ଟ୍ରଫି, ଜାଣନ୍ତୁ ହାରୁଥିବା ଦଳକୁ ମିଳିବ କେତେ କୋଟି ଟଙ୍କା

CricTracker.com

ନୂଆଦିଲ୍ଲୀ : ଆଜି ଆଇସିସି ବିଶ୍ୱକପ-୨୦୧୯ର ଫାଇନାଲ ଲଣ୍ଡନର ଲାର୍ଡସରେ ଖେଳାଯାଇଥିବା ବେଳେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍‌ ଜାରି ରହିଛି । ଯେଉଁ ଦଳର ବିଶ୍ୱକପ-୨୦୧୯ ଜିତିବ ତାକୁ କେତେ ଟଙ୍କା ଏବଂ ଯେଉଁ ଦଳର ହାରିବ ତାକୁ କେତେ ଟଙ୍କା ଦିଆଯିବ, ସେ ବିଷୟରେ ଆସନ୍ତୁ ଜାଣିବା.....

ପ୍ରଥମ କଥା ହେଲା ଆଇସିସି ବିଶ୍ୱକପ-୨୦୧୯ର ସର୍ବମୋଟ ରାଶି ୬୯.୪୧କୋଟି ଟଙ୍କା ରହିଛି । ଯେଉଁ ଦଳ ବିଜୟ ହାସଲ କରିବ ତାକୁ ୨୮କୋଟି ଟଙ୍କ ଦିଆଯିବ । ଯେଉଁ ଦଳ ମ୍ୟାଚ୍‌ ହାରିବ, ତାକୁ ୧୩.୮କୋଟି ଟଙ୍କା ଦିଆଯିବ ବୋଲି ଜଣା ପଡ଼ିଛି । ସେହିଭଳି ଭାବରେ, ନକ୍‌ଆଉଟ୍‌ରେ ପହଞ୍ଚିଥିବା ସବୁ ଟିମ୍‌କୁ ୭୦ଲକ୍ଷ ଟଙ୍କ ଦିଆଯିବା ସହ ସେମିଫାଇନାଲରେ ହାରିଥିବା ଟିମ୍‌ ଭାରତକୁ ୫.୬କୋଟି ଟଙ୍କା ମିଳିବ ବୋଲି ଜଣା ପଡ଼ିଛି ।

publive-image Zee News

ବିଶ୍ୱକପ ଟ୍ରଫି କଥା କହିବାକୁ ଗଲେ, ଏବେ ଟ୍ରଫିରେ ସୁନା ଏବଂ ଚାନ୍ଦିର କାମ କରାଯାଉଛି । ଯାହାର ଓଜନ ୧୧କିଲୋ ହୋଇଥିବା ବେଳେ ଉଚ୍ଚତା ୬୦ସେଣ୍ଟିମିଟର ରହିଛି । ଆଇସିସି ବିଶ୍ୱକପର ଟ୍ରଫିର ନିୟମ ଅନୁଯାୟୀ, ବିଜୟୀ ଟିମ୍‌କୁ ଅସଲି ଟ୍ରଫି ଦିଆ ନଯାଇ ତାହାର ଅବିକଳ ଦିଶୁଥିବା ନକଲି ଟ୍ରଫି ଦିଆଯାଇଥାଏ । ବିଶ୍ୱକପର ଅସଲି ଟ୍ରଫି ଆଇସିସି ନିଜ ପାଖରେ ରଖିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe