ବିଶ୍ୱକପ୍‌ କ୍ରିକେଟ: ଆଜି ଘରୋଇ ଇଂଲଣ୍ଡକୁ ଭେଟିବ େଓ୍ଵଷ୍ଟଇଣ୍ଡିଜ, ଟସ୍‌ ଜିତିବା ପରେ ଫିଲଡିଂ ପାଇଁ ନିଷ୍ପତ୍ତି ନେଲା ଇଂଲଣ୍ଡ

Advertisment
ବିଶ୍ୱକପ୍‌ କ୍ରିକେଟ: ଆଜି ଘରୋଇ ଇଂଲଣ୍ଡକୁ ଭେଟିବ େଓ୍ଵଷ୍ଟଇଣ୍ଡିଜ, ଟସ୍‌ ଜିତିବା ପରେ ଫିଲଡିଂ ପାଇଁ ନିଷ୍ପତ୍ତି ନେଲା ଇଂଲଣ୍ଡ

ସାଉଥ୍‌ଆମ୍ପଣ୍ଟଟନ୍‌(ଇଂଲଣ୍ଡ): ଆଇସିସି ବିଶ୍‌କପ୍‌ କ୍ରିକେଟ ୨୦୧୯ରେ ଆଜି ଘରୋଇ ଇଂଲଣ୍ଡ ଓ ଭ୍ରମଣକାରୀ େଓ୍ଵଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଖେଳା ଯିବ। ଏହି ମ୍ୟାଚରେ ଇଂଲଣ୍ଡ ଟସ୍‌ ଜିତିବା ପରେ ପ୍ରଥମେ ଫିଲଡିଂ କରିବା ପାଇଁ ନିଷ୍ପତ୍ତି ନେଇଛି। ଏବଂ ବ୍ୟାଟିଂ କରିବା ପାଇଁ େଓ୍ଵଷ୍ଟଇଣ୍ଡିଜକୁ ଆମନ୍ତ୍ରଣ ଜଣାଇଛି। ଅନ୍ୟପକ୍ଷରେ ଆଜିବି ବର୍ଷା ଦ୍ୱାରା ଖେଳ ବାଧାପ୍ରାପ୍ତ ହେବାର ସମ୍ଭାବନା ଅଛି।

ପ୍ରସଙ୍ଗ କ୍ରମେ ଗତକାଲି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚରେ ବର୍ଷା ବାଧକ ସାଜିଥିଲା। ଏବଂ ବର୍ଷା ନଛାଡ଼ିବା କାରଣରୁ ଏହି ମ୍ୟାଚକୁ ଶେଷରେ ବାତିଲ୍‌ କରି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe