ପାକିସ୍ତାନରେ ୭ ଟ୍ବେଣ୍ଟି-୨୦ ଖେଳିବ ଇଂଲଣ୍ଡ: ୧୭ ବର୍ଷ ପରେ ପ୍ରଥମ ଗସ୍ତ

Advertisment
ପାକିସ୍ତାନରେ ୭ ଟ୍ବେଣ୍ଟି-୨୦ ଖେଳିବ ଇଂଲଣ୍ଡ: ୧୭ ବର୍ଷ ପରେ ପ୍ରଥମ ଗସ୍ତ

Lokmat.com

ଲାହୋର: ଦୀର୍ଘ ୧୭ ବର୍ଷ ପରେ ଇଂଲଣ୍ଡ କ୍ରିକେଟ୍‌ ଦଳ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତ କରିବ। ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଏହି ଦଳ ପାକିସ୍ତାନ ଆସି ୭ଟି ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବ। ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୨ ତାରିଖ ମଧ୍ୟରେ ଉଭୟ କରାଚି ଓ ଲାହୋରରେ ଏହି ଶୃଙ୍ଖଳା ଖେଳି ଅଷ୍ଟ୍ରେଲିଆରେ ଆୟାଜିତ ହେବାକୁ ଥିବା ଆଗାମୀ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ପ୍ରସ୍ତୁତି କରିବ। କରାଚିର ନ୍ୟାସ୍‌ନାଲ ଷ୍ଟାଡିୟମ୍‌ରେ ପ୍ରଥମ ୪ ମ୍ୟାଚ୍‌ (ସେପ୍ଟେମ୍ବର ୨୦, ୨୨, ୨୩ ଓ ୨୫ ତାରିଖ) ଖେଳାଯିବା ପରେ ଲାହୋରର ଗଦାଫି ଷ୍ଟାଡିୟମରେ ଅବଶିଷ୍ଟ ୩ (ସେପ୍ଟେମ୍ବର ୨୮, ୩୦ ଓ ଅକ୍ଟୋବର ୨ ତାରିଖ) ମ୍ୟାଚ୍‌ ଖେଳାଯିବ। ଇଂଲଣ୍ଡ ଦଳର ଲମ୍ବା ପାକିସ୍ତାନ ଗସ୍ତର ଏହା ହେବ ପ୍ରଥମ ଚରଣ। ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳି ବିଶ୍ବକପ୍‌ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ ଇଂଲଣ୍ଡ। ପୁଣି ବିଶ୍ବକପ୍‌ ଖେଳିସାରି ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବା ପାଇଁ ପାକିସ୍ତାନ ଫେରିବ ବୋଲି ଆୟୋଜକ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଡାଇରେକ୍ଟର ଅଫ୍‌ ଇଣ୍ଟରନ୍ୟାସ୍‌ନାଲ କ୍ରିକେଟ୍‌ ଜାକିର ଖାନ୍‌ କହିଛନ୍ତି। ଟେଷ୍ଟ୍‌ ଶୃଙ୍ଖଳା ଡିସେମ୍ବରରେ ଖେଳାଯିବ ବୋଲି ସେ କହିଛନ୍ତି।

ଇଂଲଣ୍ଡ ବ୍ୟତୀତ ପାକିସ୍ତାନ ମଧ୍ୟ ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଆସନ୍ତାବର୍ଷ ଶୃଙ୍ଖଳା ଆୟୋ‌ଜନ କରିବ। ନ୍ୟୁଜିଲାଣ୍ଡ ଦୁଇଟି ଚରଣରେ ପାକିସ୍ତାନ ଆସିବ। ପ୍ରଥମେ ୨ ଟେଷ୍ଟ୍‌ ଓ ୩ ଦିନିକିଆ (ଡିସେମ୍ବର-ଜାନୁଆରି ୨୦୨୩) ଏବଂ ପରେ ୫ ଦିନିକିଆ ଓ ୫ ଟ୍ବେଣ୍ଟି-୨୦ (ଏପ୍ରିଲ ୨୦୨୩) ଖେଳିବ। ଏହାପରେ ଜୁଲାଇ ଶେଷଆଡ଼କୁ ୱେଷ୍ଟଇଣ୍ଡିଜ୍‌ ଦଳ ପାକିସ୍ତାନ ଆସିବ। ପାକିସ୍ତାନ ମଧ୍ୟ ଆସନ୍ତାବର୍ଷ ଏସିଆ କପ୍‌ (୫୦ ଓଭର) ଆୟୋଜନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe